ଭୁବନେଶ୍ବର: ବହୁ ଦିନର ନିରବତା ପରେ ପୁଣିଥରେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇଲା ବିଜେପି । ଗୁରୁବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛି ବିଜେପି । ଅଢେଇ ମାସ ବିତିଯାଇଥିଲେ ବି ଘଟଣାର ତଦନ୍ତ ଦିଗହରା ବୋଲି ଅଭିଯୋଗ ବାଢିଛି ବିଜେପି ।
କୁହୁଳିଲା ସ୍ମିତାରାଣୀ ପ୍ରସଙ୍ଗ: ବିଜେଡିକୁ ଘେରିଲା ବିଜେପି ପୋଲିସ ତଦନ୍ତରେ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ପୋଲିସ ତା ହେପାଜତକୁ କାହିଁକି ନେଉନାହିଁ , କେଉଁ ଆଧାରରେ ଏସପି କହିଥିଲେ ସ୍ମିତାରଣୀ ଆତ୍ମହତ୍ୟା କରିଥିଲେ , ବିନା ତଦନ୍ତରେ 2000 ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତିର ବାସ୍ତବତା କୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।
ପୁଣିଥରେ ଏଘଟଣାରେ ଏସପିଙ୍କ ଉପରକୁ ଅଙ୍ଗୁଳି ଉଠାଇ ତଦନ୍ତକୁ ବାଟବଣା କରିବାକୁ ଯାଇ ରାଜ୍ୟ ସରକାର ତତକାଳିନ ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମାଙ୍କୁ ରାତାରାତି ବଦଳି କରାଗଲା। ହେଲେ କଣ ପାଇଁ ଏସପିଙ୍କୁ ଏଯାଏଁ ବଦଳି କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଘଟଣା ଦିନ ରୂପେଶ ଭଦ୍ରାଙ୍କ ସହ ଆଉ କେଉଁ ଲୋକମାନେ ଥିଲେ ତାଙ୍କୁ କଣ ପାଇଁ ତଦନ୍ତ ପରିସର ଭୁକ୍ତ କରାଯାଇନାହିଁ ତା ସହ ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ଲେଖାଶ୍ରୀ।
ସେପଟେ ଲେଖାଶ୍ରୀଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ରଖିଛି ବିଜେଡି। ଲେଖାଶ୍ରୀ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରିଥିଲେ। ସେତେବେଳେ ତାଙ୍କୁ ଟିକେଟ ଦିଆଯାଇନଥିଲା। ମାତ୍ର ତାହା ମିଳିନଥିଲା ଯାହା ଫଳରେ ସେ ପ୍ରତିଶୋଧ ପରାୟଣ ହୋଇ ଏପରି କରୁଥିବା ଅଭିଯୋଗ କରିଛି ବିଜେଡି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ