ଓଡିଶା

odisha

Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

By

Published : Oct 18, 2022, 7:05 PM IST

ଅର୍ଚ୍ଚନା କେଳେଙ୍କାରୀ ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ଦାବି ଦୋହରାଇଲା ବିଜେପି । ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛି । ପୋଲିସରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

BJP Again shouted for CBI investigation in Archana Scandal
Archana Scandal: CBI ତଦନ୍ତ ଦାବି ଦୋହରାଇଲା ବିଜେପି

ଭୁବନେଶ୍ବର: ଖୋଲୁନି ମାୟାବିନୀ ଅର୍ଚ୍ଚନା ମାୟାଜାଲର ଅସଲ ମୁଖା । ଦୀର୍ଘ ଦିନ ଧରି ଗିରଫ ହେଲା ପରେ ବି ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନି । ଅର୍ଚ୍ଚନାକୁ ରିମାଣ୍ଡରେ ନେବା ସହ, ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବରଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା । ଅର୍ଚ୍ଚନା ସ୍କାଣ୍ଡାଲରେ ପୋଲିସର ଆଭିମୁଖ୍ୟ ରାଜ୍ୟ ସରକାରଙ୍କ ଅହଂ ଭାବକୁ ଦର୍ଶାଉଛି ବୋଲି ବିଜେପି ଅଭିଯୋଗ କରିଥିଲା । ସେପଟେ ଏଥିରେ ସମ୍ପୃକ୍ତ ବଡ଼ ବଡ଼ିଆଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇ ଆସୁଛି ।

Archana Scandal: ପୁଣି ଥରେ CBI ତଦନ୍ତ ଦାବି ଦୋହରାଇଲା ବିଜେପି

ସେପଟେ ଆଜି ଲେଡି ବ୍ଲାକମେଲର ଅର୍ଚ୍ଚନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି,"ପାପ କଲେ ଫଳ ପାଇବ । ତଦନ୍ତକୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜୁ ଜନତା ଦଳ । ଅର୍ଥ ହେରଫେର୍‌ କଥା ଆସୁଛି ତେଣୁ ସରକାର ଇଡିକୁ ମାମଲା ହସ୍ତାନ୍ତର କରନ୍ତୁ । ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ ତଦନ୍ତ ଦାୟିତ୍ବ ଦିଆଯାଉ । ରାଜ୍ୟ ସରକାରଙ୍କ ମୁଖା ଖୋଲିବାର ଆବଶ୍ୟକତା ରହିଛି । କିନ୍ତୁ କାହିଁକି ଘଣ୍ଟ ଘୋଡାଇ କାହିଁକି ରଖାଯାଉଛି ?"

ଏହାପୂର୍ବରୁ ମଧ୍ୟ ଅର୍ଚ୍ଚନା କେଳେଙ୍କାରୀ ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା ବିଜେପି । ବିଜେପିର ମହିଳା ମୋର୍ଚ୍ଚା ପ୍ରେସମିଟ୍‌ କରି ଅର୍ଚ୍ଚନା ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲା । ବର୍ତ୍ତମାନ ପୁଣି ଥରେ ଏହି ଦାବି ଦୋହରାଇଛି ବିଜେପି । ଏ ବାବଦରେ ପ୍ରତିକ୍ରିୟା ଦେଇଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛି । ପୋଲିସରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେଭିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବାବେଳେ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଏବେ ରାଜ୍ୟରେ ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details