ଓଡିଶା

odisha

ETV Bharat / city

ବାଲେଶ୍ୱର ବିଜେଡିରେ ବିବାଦ ଅଭିଯୋଗ, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ସଂଗଠନ ବିସ୍ତାର ଓ ଦଳ ଭିତରେ ଥିବା ବିବାଦ ସମାଧାନ ପାଇଁ ବୈଠକ ବସିଛି । ଅଧିକ ପଢ଼ନ୍ତୁ

By

Published : Sep 7, 2022, 10:46 PM IST

ବାଲେଶ୍ବର ବିଜେଡିରେ ବିବାଦ ଅଭିଯୋଗ, ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ
ବାଲେଶ୍ବର ବିଜେଡିରେ ବିବାଦ ଅଭିଯୋଗ, ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ନାଁରେ ଶକ୍ତି ପ୍ରଦର୍ଶନ ପରେ ଆଜି ବସିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ସଂଗଠନ ବିସ୍ତାର ଓ ଦଳ ଭିତରେ ଥିବା ବିବାଦ ସମାଧାନ ପାଇଁ ବୈଠକ ବସିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି ।

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ବସିଥିବା ବୈଠକରେ ବାଲେଶ୍ଵର ଜିଲ୍ଲା ସଂଗଠନରେ ଥିବା ବିବାଦ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ବୈଠକରେ ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବାଲେଶ୍ଵର ସଦର ବିଧାୟକ ସ୍ବରୂପ ଦାସ ଓ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଉପସ୍ଥିତ ଥିଲେ । ବିଭିନ୍ନ କାରଣରୁ ଏହି ନେତାଙ୍କ ମଧ୍ୟରେ ବାବଦ ଥିବା ଆଲୋଚନା ହେଉଥିଲା । ଜିଲ୍ଲା ସଂଗଠନରେ ସମସ୍ୟା ଥିବା ନେଇ ଅଭିଯୋଗ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ବାଲେଶ୍ବର ବିଜେଡିରେ ବିବାଦ ଅଭିଯୋଗ, ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

ସ୍ବରୂପଙ୍କ ବିରୋଧରେ ଦଳର ତୃଣମୂଳ ସ୍ତରର ନେତା ଏକାଠି ହୋଇ ଜିଲ୍ଲା ସଭାପତି ଥିବା ରବୀନ୍ଦ୍ରଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା । ଜିଲ୍ଲାର ବର୍ତ୍ତମାନର ପର୍ଯ୍ୟବେକ୍ଷକ ଓ ପୂର୍ବତନ ପର୍ଯ୍ୟବେକ୍ଷକ ମଧ୍ୟ ବୈଠକରେ ସାମିଲ ହୋଇଥିଲେ । ତେବେ ଜିଲ୍ଲା ସଂଗଠନରେ ଥିବା ବିବାଦ ନେଇ କେହି ନେତା ମୁହଁ ଖୋଲି ନାହାଁନ୍ତି ।

ଏହାସହ ସଂଗଠନ ବିସ୍ତାର ନେଇ ଆଜି ବିଜେଡିର ମାନସ ମନ୍ଥନ ହୋଇଛି । 2024 ପାଇଁ ନେତାଙ୍କୁ ଟାର୍ଗେଟ ଦେଇଛି ଦଳ । ମୂଳ ସଂଗଠନ କିଭଳି ଭାବେ ପୁନର୍ବିନ୍ୟାସ ହେବ ଏବଂ ନିର୍ବାଚନ ଟିମ୍‌ରେ କିଏ ରହିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ବି ବିସ୍ତୃତ ଆଲୋଚନା ହୋଇଛି ।

ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ବି ବିସ୍ତୃତ ଆଲୋଚନା ହୋଇଛି । ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଘରେଘରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ତୃଣମୂଳ ସ୍ତରରେ ବଡ଼ କାର୍ଯ୍ୟକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଛି । ଗତକାଲିର ନବୀନଙ୍କ ସମ୍ବର୍ଦ୍ଧନା ନେଇ ବୈଠକରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ନେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details