ଭୁବନେଶ୍ବର:ବିଜେଡି ଜିଲ୍ଲା ପରିଷଦ ସଭ୍ୟଙ୍କ ଆତ୍ମହତ୍ୟା । ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଶିଶୁପାଳଗଡ ଲକ୍ଷ୍ମୀବିହାର ସ୍ଥିତ ଘରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ସେ କେଉଁ କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପାରିବାରକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଦୁଇଟି ଫୋନରେ ସବୁ କିଛି ଥିବା ସେ ଫେସବୁକର ଶେଷ ପୋଷ୍ଟରେ ଲେଖିଛନ୍ତି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ପଛରେ ପାରିବାରିକ କଳହ ନାଁ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ କରିବ ପୋଲିସ । ଧର୍ମେନ୍ଦ୍ରଙ୍କ ଫୋନ୍ ପୋଲିସ ଜବତ କରିଛି ନା ନାହିଁ ତାହା ସ୍ପଷ୍ଟ ହୋଇନି ।
ମିଳିଥିବା ସୂଚନା ଅନୁଯାୟୀ ଶିଶୁପାଳଗଡ଼ ସ୍ଥିତ ନିଜ ଘର ପ୍ଲଟ ନମ୍ବର 3998 ହରି ଭବନରେ ସେ ଆତ୍ମହତ୍ୟା କରିଛନ୍ତି, ଘରେ କେହି ନଥିବା ବେଳେ ଘରର ମୁଖ୍ୟ ଦ୍ବାର ସାମ୍ନାରେ ସେ ବେକରେ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି ।
ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ
ଗତ ୧୫ ଦିନ ପୂର୍ବରୁ ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରିବାରରେ ପତ୍ନୀ ଓ ପୁଅ ଉପରେ ରାଗିଯାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ, ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପରିବାର ତାଙ୍କୁ ଏକାକି କେଉଁଆଡେ ଛାଡୁ ନଥିଲେ । ଗତକାଲି(ଶୁକ୍ରବାର) ନିଜ ସ୍ତ୍ରୀ ଓ ପୁଅକୁ ମାରିବି ନଚେତ୍ ସେ ମରିବେ କହି ନିଜ ପୁତୁରାକୁ ଘରୁ ଅନ୍ୟତ୍ର ପଠାଇ ଦେଇଥିଲେ । ଘରେ ଏକାକି ଥିବା ବେଳେ ଏପରି ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ସାହୁ । ନିଜ ଘର ମୁଖ୍ୟ ଫାଟକ ସାମ୍ନାରେ ଥିବା ସ୍ଫଟିକରେ ଗାମୁଛା ଲଗାଇ ସେ ଝୁଲି ପଡିଥିଲେ ।
ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ