ଓଡିଶା

odisha

ETV Bharat / city

ମୋହନ କ୍ଷମା ନ ମାଗିଲେ ଆଇନର ଆଶ୍ରୟ ନେବି: ସୌମ୍ୟ ଚକ୍ର - ସୌମ୍ୟ ଶଙ୍କର ଚକ୍ର

ବିଜେପି ବିଧାୟକ ମୋହନ ମାଝୀଙ୍କ ଉପରେ ତାଙ୍କର କିଛି ଘନିଷ୍ଠ ଆକ୍ରମଣ କରିଥିଲେ । ହେଲେ ବିଧାୟକ ଜାଣିଶୁଣି ମୋତେ ବଦନାମ କରିବାକୁ ଚାହୁଁଥିବା କହିଛନ୍ତି ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ଏଣୁ ବିଧାୟକ ଏହି ଘଟଣା ପାଇଁ ତାଙ୍କୁ ଭୁଲ୍ ନ ମାଗିଲେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ଯୁବ ବିଜେଡି ଉପସଭାପତି । ଅଧିକ ପଢନ୍ତୁ...

ମୋହନ କ୍ଷମା ନ ମାଗିଲେ ଆଇନର ଆଶ୍ରୟ ନେବି: ଚକ୍ର
ମୋହନ କ୍ଷମା ନ ମାଗିଲେ ଆଇନର ଆଶ୍ରୟ ନେବି: ଚକ୍ର

By

Published : Oct 21, 2021, 7:09 AM IST

ଭୁବନେଶ୍ବର: ରାଜ୍ୟରେ ଘଟୁଥିବା ଅପରାଧିକ ଘଟଣାକୁ ନେଇ ବିଜେପି ଅଯଥା ରାଜନୀତି କରୁଛି । କେନ୍ଦୁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମା ମାଡ଼ ହୋଇଥିଲା । ମାମଲାରେ ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ବିଜେପି ନେତା । ମାତ୍ର ଏହି ଆକ୍ରମଣ ଘଟଣାରେ ବିଧାୟକ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କୁ ଦାୟୀ କରିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୋହନ ମାଝୀଙ୍କ ଉପରେ ଏଭଳି ବର୍ଷିଛନ୍ତି ସୌମ୍ୟ ଚକ୍ର । ଏପରିକି ବିଧାୟକ ନିଜର ଭୁଲ୍ ଅଭିଯୋଗ ପାଇଁ ତାଙ୍କୁ କ୍ଷମା ମାଗନ୍ତୁ ନଚେତ୍ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି ଯୁବ ବିଜେଡି ଉପସଭାପତି ।

ମୋହନ କ୍ଷମା ନ ମାଗିଲେ ଆଇନର ଆଶ୍ରୟ ନେବି: ଚକ୍ର

ଚକ୍ର କହିଛନ୍ତି ଯେ, କେନ୍ଦୁଝରର ଲୋକେ ମୋହନ ମାଝୀଙ୍କୁ ଜନ ପ୍ରତିନିଧି ଭାବରେ ମନୋନୀତ କରିଛନ୍ତି । କିନ୍ତୁ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାଁନ୍ତି । ନିଜର ଠିକାଦାରୀ ଏବଂ କଣ୍ଟ୍ରାକ୍ଟ୍ରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ମୋହନ ମାଝୀଙ୍କ ଉପରେ ଆକ୍ରମଣକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିବା ସହ ଦୃଢ ନିନ୍ଦା କରିଛନ୍ତି ସୌମ୍ୟ ଶଙ୍କର । ମୋହନ ମାଝୀଙ୍କ ଉପରେ ଆକ୍ରମଣ କରିଥିବା ଲୋକ ବିଧାୟକଙ୍କ ଅତ୍ୟନ୍ତ ଘନିଷ୍ଠ । ଠିକାଦାରୀ ଓ କଣ୍ଟ୍ରାଟ୍ରି କାମକୁ ନେଇ ଏହି ଆକ୍ରମଣ ହୋଇଥିଲା । ଏହା ତାଙ୍କ ନିଜ ଦୋଷ ପାଇଁ ହୋଇଥିଲା ଏବଂ ମୋ ଯୋଗୁଁ ନୁହେଁ ବୋଲି ଚକ୍ର କହିଛନ୍ତି ।

ସହଯୋଗୀମାନଙ୍କୁ ଠିକାଦାରୀ ଦେବା ପରିବର୍ତ୍ତେ, ସେ ଅନ୍ୟ କେତେକ ଲୋକଙ୍କୁ କାମ ଦେଇଥିଲେ । ଯାହା ତାଙ୍କ ସହଯୋଗୀଙ୍କୁ କ୍ରୋଧିତ କରିଥିଲା ଏବଂ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ, ସତ୍ୟ ଜାଣିବା ସତ୍ତ୍ୱେ ବିଧାୟକ ତାଙ୍କୁ ବଦନାମ କରିଥିବା କହିଛନ୍ତି ଚକ୍ର । ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାକୁ ଆସି ମିଥ୍ୟା ଏବଂ କୁତ୍ସିତ ଭାବରେ ବିନା ପ୍ରମାଣରେ ମୋତେ ଏହି ଘଟଣାରେ ଜଡିତ କରିବାକୁ ଚେଷ୍ଟା କରିଥିଲେ । ମୋହନ ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିତ୍ । ନଚେତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଚେତାବନୀ ଦେଇଛନ୍ତି ସୌମ୍ୟଶଙ୍କର ଚକ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details