ଭୁବନେଶ୍ବର:ଦରଦାମ ଏବଂ ବେକାରୀ ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଶାସକ ଦଳ ବିଜେଡି଼(BJD rally in Bhubaneswar) । ଦଳର ଯୁବ, ଛାତ୍ର, ମହିଳା ଶାଖା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ ହୋଇଛି । ଏହି ଶୋଭାଯାତ୍ରାରେ କୋରୋନା କଟକଣା(Neglecting Covid rules)ର ଧଜିଆ ଉଡୁଥିବା ଦେଖିବାକୁ ମିଳିଛି । କାରଣ ଏଥିରେ ଶହ ଶହ କର୍ମୀ ଏକାଠି ହୋଇଥିବାବେଳେ BDA କାର୍ଯ୍ୟାଳୟ ସମ୍ମୁଖରେ ଜନ ସମୁଦ୍ର ଦେଖିବାକୁ ମିଳିଛି ।
କର୍ମୀଙ୍କ ମୁହଁରେ ମାସ୍କ ନଥିବା ବେଳେ ନାହିଁ ସାମାଜିକ ଦୂରତା । ଖୋଲାଖୋଲି ଭାବରେ କୋଭିଡ ନିୟମର ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ କର୍ମୀମାନେ ପ୍ରତିବାଦବେଳେ ନିଜ ନେତାଙ୍କୁ ଦେଖି ଖୁସିରେ ଏତେ ମସଗୁଲ ଥିଲେ ଯେ ଭିଡ଼ ଜମାଇବା ସହ DJର ତାଳେ ତାଳେ ନୃତ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ରାଜଧାନୀର ରାସ୍ତାରେ ପୁରା ନୃତ୍ୟର ଆସର ଜମିଛି ।