ଓଡିଶା

odisha

ବିଜେପୁର ବିଜୟ ପାଇଁ ନବୀନଙ୍କୁ ନେତା ଓ କର୍ମୀଙ୍କ ଶୁଭେଚ୍ଛା

ବିଜେପୁରରେ ବିଜେଡିର ବିପୁଳ ବିଜୟ ପରେ ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ନେତା ଓ କର୍ମୀ । ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ସୁପ୍ରିମୋଙ୍କୁ ଜଣାଇଲେ ଶୁଭେଚ୍ଛା ।

By

Published : Oct 24, 2019, 9:19 PM IST

Published : Oct 24, 2019, 9:19 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜଧାନୀରେ ବିଜେପୁର ଇଫେକ୍ଟ । ବିଜେପୁରରେ ବିଜେଡିର ଐତିହାସିକ ବିଜୟ ପରେ ନିଜ ଦଳର ନେତାଙ୍କୁ ଭେଟିଲେ କର୍ମୀ । ଶତାଧିକ କର୍ମୀ ଓ ନେତା ସନ୍ଧ୍ୟାରେ ନବୀନ ନିବାସରେ ପହଞ୍ଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।

ବିଜେପୁର ବିଜୟ ପାଇଁ ନବୀନଙ୍କୁ ନେତା ଓ କର୍ମୀଙ୍କ ଶୁଭେଚ୍ଛା

ବିଜେପୁରବାସୀ ବିଜେଡି ଉପରେ ଆସ୍ଥା ପ୍ରକଟ କରି ରେକର୍ଡ ମାର୍ଜିନରେ ରୀତା ସାହୁଙ୍କୁ ବିଜୟୀ କରାଇଛନ୍ତି । ଯାହାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିବା ସହ ଏକାଠି ହୋଇ ଦଳକୁ ଜିତାଇଥିବାରୁ କର୍ମୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details