ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଦ୍ବିତୀୟ ଦିନ ଭୋଗ ଗଣନାର ଫଳାଫଳ । 305 ଜିଲ୍ଲା ପରିଷଦ ଜୋନର ଫଳାଫଳ ପୁଣି ବିଜେଡ଼ି ସପକ୍ଷରେ ରହିଛି ।
୩୦୫ ସିଟ ମଧ୍ୟରୁ ୨୯୫ସିଟର ଫଳାଳଫଳ ପ୍ରକାଶ ପାଇଛି । ବିଜେଡି ୨୩୬ ସିଟରେ ବାଜିମାତ କରିଥିବା ବେଳେ ବିଜେପି ୧୬ ସିଟ ହାତେଇ ନୈରାଶ୍ୟ ଜନକ ସ୍ଥିତିରେ ରହିଛି । ସେହିପରି କଂଗ୍ରେସ ୧୫ ସିଟ ହାତେଇବାରେ ସଫଳ ହୋଇଛି । ଗୋଟିଏ ସିଟରେ ସ୍ବାଧୀନପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଦଳ 2 ଟି ସିଟ ଜିତିଛନ୍ତି। ଆଉ 10 ଟି ସିଟରେ ଫଳାଫଳ ଖୁବଶୀଘ୍ର ପ୍ରକାଶ ପାଇବ ।