ଓଡିଶା

odisha

ETV Bharat / city

Panchayat Vote counting: ବିଜେଡିର ବଡ ବିଜୟ, ଧରାଶାୟୀ BJP-Congress

ମୋଟ ୮୫୧ ଜିଲ୍ଲା ପରିଷଦ ଆସନରୁ ଏପର୍ଯ୍ୟନ୍ତ ୮୨୯ ସିଟର ଚୂଡାନ୍ତ ଫଳାଫଳ ଆସିଛି । ଯେଉଁଥିରେ ବିଜେଡିର ବଡ ବିଜୟ ହୋଇଛି । ଅଧିକ ପଢନ୍ତୁ

By

Published : Mar 1, 2022, 9:52 AM IST

Panchayat Vote counting: ୭୪୩ ଆସନରେ ବିଜେଡିର ବିଜୟ, ଦରାଶାୟୀ, BJP-Congress
Panchayat Vote counting: ୭୪୩ ଆସନରେ ବିଜେଡିର ବିଜୟ, ଦରାଶାୟୀ, BJP-Congress

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଇତିହାସ ରଚିବ ବିଜେଡି । ବିପୁଳ ଭୋଟରେ ବିଜୟ ମୁହାଁ ବିଜେଡି । ମୋଟ ୮୫୧ ଜିଲ୍ଲାପରିଷଦ ଆସନରୁ ଏପର୍ଯ୍ୟନ୍ତ ୮୨୯ ସିଟର ଚୂଡାନ୍ତ ଫଳାଫଳ ଆସିଥିବା ବେଳେ ବିଜେଡି ୭୪୩ ସିଟରେ ବିଜୟୀ ହୋଇଛି । ସେହିପରି ବିଜେପି ୪୨ ଭୋଟ ପାଇ ଧରାଶାୟୀ ହୋଇଥିବା ବେଳେ କଂଗ୍ରେସକୁ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ସ୍ୱାଧୀନ ଓ ଅନ୍ୟାନ୍ୟ ମାନେ ୭ ଟି ସିଟ ହାତେଇବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ଆଗରେ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତିରେ ବିଜେଡି ମଧ୍ୟ ଆଗରେ ରହିଥିଲା । ସେହିପରି ତୃତୀୟ ଦିନ ଗଣତିରେ ବିଜେଡି ମଧ୍ୟ ଟ୍ରେଣ୍ଡରେ ରହିଥିବା ବେଳେ ଆଜି ପଞ୍ଚାୟତ ନିର୍ବାଚନର ଚୁଡାନ୍ତ ଫଳାଫଳ ପ୍ରକାଶ ପାଇବ । ଅନ୍ୟପଟେ ଦୁଇଟି ଯାକ ପର୍ଯ୍ୟାୟ ଗଣତି ଫଳାଫଳରେ ବିଜେପି ଓ ବିଜେଡି ଧରାଶାୟୀ ହୋଇପଡିଛନ୍ତି । ଅନେକ ସ୍ଥାନରେ ବିଜେପି ମଧ୍ୟ ଖାତା ଖୋଲିପାରିନଥିବା ନଜିର ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details