ଓଡିଶା

odisha

By

Published : Mar 3, 2022, 6:05 PM IST

ETV Bharat / city

ବିରୋଧୀଙ୍କ ଭାଷଣ ଭାଷଣରେ ରହିବ: ପ୍ରତାପ ଦେବ

ବିରୋଧୀ ଦଳ କେବଳ ଭାଷଣ ଦେଉଛନ୍ତି । ବିରୋଧୀଙ୍କ ଭାଷଣ କେବଳ ଭାଷଣରେ ରହିବ । ବିଜେଡି ଉପରେ ଲୋକଙ୍କ ଆସ୍ଥା ଅଛି । ଏହା କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ଅଧିକ ପଢ଼ନ୍ତୁ

ବିରୋଧୀଙ୍କ ଭାଷଣ ଭାଷଣରେ ରହିବ: ପ୍ରତାପ ଦେବ
ବିରୋଧୀଙ୍କ ଭାଷଣ ଭାଷଣରେ ରହିବ: ପ୍ରତାପ ଦେବ

ଭୁବନେଶ୍ବର: ବିରୋଧୀ ଦଳ କେବଳ ଭାଷଣ ଦେଉଛନ୍ତି । ବିରୋଧୀଙ୍କ ଭାଷଣ କେବଳ ଭାଷଣରେ ରହିବ । ବିଜେଡି ଉପରେ ଲୋକଙ୍କ ଆସ୍ଥା ଅଛି । ପଞ୍ଚୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି । ଏହା କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ।

ପ୍ରତାପ କହିଛନ୍ତି ଯେ, "ପୌର ନିର୍ବାଚନ ଦଳ ପାଇଁ ଚ୍ୟାଲେଞ୍ଜ । ଅନେକ ଆଶାୟୀ ଅଛନ୍ତି । ଠିକଣା ପ୍ରାର୍ଥୀଙ୍କୁ ଟିକେଟ ଦେଇ ବିଜୟ ଲାଭ କରିବୁ । ବିରୋଧୀ ଗଣମାଧ୍ୟମରେ ଅପପ୍ରଚାର କରି ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇ ପ୍ରୟାସ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା କଥା କହୁଛନ୍ତି । ନିଜକୁ ଦୁର୍ବଳ ବୋଲି ଭାବୁଛନ୍ତି ତେଣୁ ଏପରି କରୁଛନ୍ତି ।"

ବିରୋଧୀଙ୍କ ଭାଷଣ ଭାଷଣରେ ରହିବ: ପ୍ରତାପ ଦେବ


ସରକାରଙ୍କ ବିକାଶମୂଳକ ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନକୁ ପାଥେୟ କରି ବିଜେଡି ପାଞ୍ଚୟତ ନିର୍ବାଚନ ଜିତିଛି । ପୌରରେ ବି ସମାନ ଏଜେଣ୍ଡା ରହିବ । ପଞ୍ଚୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ଦଳ ସଫଳତା ପାଇବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ସହର ଲୋକ ଶିକ୍ଷିତ । ସେମାନେ ଭଲ କାମକୁ ପସନ୍ଦ କରିବେ । ବିଜେଡି ଭଲ କାର୍ଯ୍ୟ କରିଛି ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details