ଭୁବନେଶ୍ବର: ସେପ୍ଟେମ୍ବର 2ରୁ ରାଜ୍ୟବ୍ୟାପୀ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେଡି। ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଦଳ। ସମନ୍ବୟ ରକ୍ଷା କରିବା ପାଇଁ ଦଳ ଏକ 6 ଜଣିଆ କମିଟି ମଧ୍ୟ ଗଠନ କରିଛି।
ସେପ୍ଟେମ୍ବରରୁ ସଦସ୍ୟ ସଂଗ୍ରହ କରିବ ବିଜେଡ଼ି
ବିଜେଡ଼ି ଆରମ୍ଭ କରିବାକୁ ଯାଉଛି ସଦସ୍ୟ ସଂଗ୍ରହ ଅଭିଯାନ । ସେପ୍ଟେମ୍ବର 2 ତାରିଖରୁ ଦଳ ଆରମ୍ଭ କରିବ ଏହି ପ୍ରକ୍ରିୟା । ଏଥିପାଇଁ 6 ଜଣିଆ କମିଟି ମଧ୍ୟ ଗଠନ କରିଛି ବିଜେଡ଼ି ।
ଡ଼ିଜାଇନ ଫଟୋ
କମିଟିରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରମିଳା ମଳିକ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ସ୍ଥାନ ପାଇଛନ୍ତି। ଆଗକୁ ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ପ୍ରତ୍ୟକ ରାଜନୈତି ଦଳ ସଂଗଠନ ସଜାଡ଼ିହାରେ ଲାଗିପଡ଼ିଛନ୍ତି । ଆରମ୍ଭ କରି ଦେଇଛନ୍ତି ସମରସଜ୍ଜା । ନିକଟରେ ବିଜେପି ମଧ୍ୟ ତାର ସଭ୍ୟ ସଂଗ୍ରହ ଅଭିଯାନ ଶେଷ କରିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Aug 23, 2019, 5:48 PM IST