ଭୁବନେଶ୍ବର:ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ଜନତା ଦଳ ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ଆୟୋଜନ କରିବ ନାହିଁ ଦଳୀୟ ପଦଯାତ୍ରା ତଥା ଜନ ସମ୍ପର୍କ ଯାତ୍ରା । ଦଳୀୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଆଜି(ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମୀର କହିଛନ୍ତି ବିଜେଡି ଗାନ୍ଧୀ ଜୟନ୍ତୀରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କରିଥାଏ । କିନ୍ତୁ ଚଳିତ ବର୍ଷ ମହାମାରୀ ଓ କଟକଣା ପାଇଁ ପଦଯାତ୍ରା ହେବ ନାହିଁ । ପ୍ରତିବଦଳରେ ଦଳ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଏକମାସ ଧରି (ଅକ୍ଟୋବର ୨ ରୁ ନଭେମ୍ବର ୨ ) ପର୍ଯ୍ୟନ୍ତ ସେବା ମାସ ପାଳନ କରିବ । ଏହା ସାରା ରାଜ୍ୟରେ ଦଳର ବିଧାୟକ, ସାଂସଦ ଓ ନେତା କର୍ମୀ ପାଳନ କରିବେ ବୋଲି ସମୀର କହିଛନ୍ତି ।