ଭୁବନେଶ୍ବର:ଗୁରୁବାର ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନକୁ ନେଇ ତିନି ଦଳର ଚାଲିଛି ପ୍ରସ୍ତୁତି । ବିରୋଧୀ କଂଗ୍ରେସ ଓ ବିଜେପି ବିଜେଟ ଅଧିବେଶନରେ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାକୁ ଦେଖି ଚଳିତ ବିଧାନସଭାରେ ବିଜେଡି ଉଠାଇବ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ l ଆଜି ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି l
ଚଳିତ ବିଜେଟ ଅଧିବେଶନରେ ବିଜେଡି ଉଠାଇବା କେନ୍ଦ୍ର ଅବହେଳା ପ୍ରସଙ୍ଗ । କେନ୍ଦ୍ର ରାଜ୍ୟକୁ ଦେଉଥିବା ଅନୁଦାନ ତଥା ବିଭିନ୍ନ ଯୋନଜାର ଅବହେଳାକୁ ପ୍ରସଙ୍ଗ କରିବ । କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟ 60 ହଜାର କୋଟି ଟଙ୍କା ନ ମିଳିବା, କୋଇଲା ରୟାଲଟି, ବକେୟା ଜିଏସଟି ଅର୍ଥ ପ୍ରଦାନରେ ବିଳମ୍ବ , ସ୍ବାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ ନ କରିବା,ରେଳବାଇ ଅବହେଳା ଓ କେନ୍ଦ୍ରୀୟ ଅନୁଦାନ ଦେବାରେ ଅବହେଳା ଆଦିକୁ ଉଠାଇବ ବିଜେଡ଼ି। ବିରୋଧୀ ଦଳ ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ।