ଭୁବନେଶ୍ବର:ଆସନ୍ତାପଞ୍ଚାୟତ ଏବଂ ନଗର ପାଳିକା ନିର୍ବାଚନରେ ଦଳୀୟ ଭିତ୍ତିରେ ଓବିସିଙ୍କୁ 40 ପ୍ରତିଶତ ପ୍ରାର୍ଥୀ ଦେବ ବିଜେଡି । ଏନେଇ ଶନିବାର ବସିଥିବା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଛି । ଫଳରେ ବିଜେଡିଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ (OBC)ଙ୍କୁ 40 ପ୍ରତିଶତ ଦଳୀୟ ସଂରକ୍ଷଣ ଦେବ ।
ବିଜେଡି ରାଜ୍ୟ କାର୍ଯ୍ୟକାରୀଣିରେ 40 ପ୍ରତିଶତ ପଛୁଆବର୍ଗ ଙ୍କୁ ପ୍ରାର୍ଥୀ କରାଯିବ ନିଷ୍ପତ୍ତି, ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ 40 ପ୍ରତିଶତ ପ୍ରାର୍ଥୀ ଦିଆଯିବ। ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ନ୍ୟାର୍ଯ୍ୟ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠଳରେ ଶନିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବୀ ସଂକ୍ରାନ୍ତରେ କାର୍ଯ୍ୟକାରିଣୀରେ ସର୍ବସମ୍ମତ ମତ ପ୍ରକାଶ ପାଇବା ସହିତ ଏହା ଉପରେ ମୋହର ଲାଗିଛି ।
ବିଜେଡି କାର୍ଯ୍ୟକାରିଣୀରେ ଏହି ପ୍ରସଙ୍ଗ ଉପରେ ଆଜି ବିସ୍ତୃତ ଆଲୋଚନା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦେବାପାଇଁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତ କ୍ରମେ ପ୍ରସ୍ତାବ ସପକ୍ଷରେ ମତପ୍ରକାଶ ପାଇବାପରେ ଏହାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ଏହା ଫଳରେ ଆଗାମୀ ପଞ୍ଚାୟତ ଓ ସୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।