ଓଡିଶା

odisha

BJD Foundation Day: ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ପ୍ରତିଷ୍ଠା ଦିବସ ପାଳିବ BJD

ଆସନ୍ତା ଡିସେମ୍ବର 26 ରେ ବିଜୁ ଜନତା ଦଳ (Biju Janata Dal) ପାଳିବ 25ତମ ପ୍ରତିଷ୍ଠା ଦିବସ (Foundation Day) । ଏନେଇ ସମସ୍ତ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା ସହ ଦଳୀୟ ଏକତା, ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ଓଡିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

By

Published : Dec 20, 2021, 10:39 PM IST

Published : Dec 20, 2021, 10:39 PM IST

BJD Formation Day
BJD Foundation Day

ଭୁବନେଶ୍ବର: ଆସନ୍ତା ଡିସେମ୍ବର 26 ରେ ବିଜୁ ଜନତା ଦଳ (Biju Janata Dal) ପାଳିବ 25ତମ ପ୍ରତିଷ୍ଠା ଦିବସ (Foundation Day) । ଏନେଇ ସମସ୍ତ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା ସହ ଦଳୀୟ ଏକତା, ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ଓଡିଶାବାସୀଙ୍କ ସେବାରେ ନିଜକୁ ସମର୍ପିତ କରିବାକୁ ନବୀନ ଆହ୍ବାନ ଦେଇଛନ୍ତି ।

ନବୀନ କହିଛନ୍ତି ଏହା ଆମ ପାଇଁ ଅତ୍ୟନ୍ତ ଖୁସିର ବିଷୟ । ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗର୍ବ ଓ ଗୌରବର କଥା । ବିଗତ 24 ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି ଦଳ । ଏକ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧ । ଏ ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଓଡିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନରେ ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ଗଠିତ ଏହି ଆଞ୍ଚଳିକ ଦଳ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି । ଦଳର କର୍ମକର୍ତ୍ତା ତଥା ଗାଁରୁ ସହର ସବୁଠି ଲୋକସେବାରେ ନିୟୋଜିତ ଥିବା ଅଗଣିତ କର୍ମୀଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ତ୍ୟାଗ ବିଜୁ ଜନତା ଦଳକୁ ଆଜି ଲୋକଙ୍କ ନିକଟତର କରିଛି । କୋଭିଡ ମହାମାରୀ ପରିସ୍ଥିତିରେ ଆପଣମାନେ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ମୁଁ ଗର୍ବିତ । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆପଣମାନଙ୍କର ସହଯୋଗ ଆଜି ଆମକୁ ବିଶ୍ଵ ଦରବାରରେ ପହଞ୍ଚାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରାଜ୍ୟର କୋଭିଡ ପରିଚାଳନାକୁ ସମଗ୍ର ବିଶ୍ବରେ ଜନସହଯୋଗର ଏକ ଅଭୂତପୂର୍ବ ଉଦାହରଣ ଭାବରେ ଅଭିହିତ କରିଛନ୍ତି । ଓଡିଶାବାସୀଙ୍କ ସହଯୋଗର ସେ ଭୂୟସୀ ପ୍ରଶଂସା କରିଛନ୍ତି । ଆସନ୍ତା 26 ତାରିଖରେ ଦଳର 25ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ପାଳନ କରାଯିବ । ବ୍ଲକ ମୁଖ୍ୟାଳୟରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧି, ବ୍ଲକ, ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ବିଜେଡି ପଞ୍ଚାୟତ ସଭାପତିଙ୍କ ସହିତ ନିକଟରେ ପ୍ରତି ବ୍ଲକରେ ଗଠିତ ହୋଇଥିବା ଜୋନ କମିଟିର ବ୍ଲକ କୋଅର୍ଡିନେଟର, ଜୋନ କୋଅର୍ଡିନେଟର, ଜୋନ କମିଟି ସଦସ୍ୟ ଏବଂ ପଞ୍ଚାୟତ କମିଟିର ସଦସ୍ୟଗଣ ଉପସ୍ଥିତି ରହିବେ ।

ଏଥି ସହିତ 25 ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ଏହି ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଯୋଗ ଦେବେ । ସେହିଭଳି ପ୍ରତ୍ୟେକ ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ନଗର ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ବିଜେଡି କମିଟିର ସମସ୍ତ ସଦସ୍ୟ, ୱାର୍ଡ କମିଟିର ସମସ୍ତ ସଦସ୍ୟ ଏବଂ 25 ଜଣ ବ୍ୟକ୍ତିଙ୍କୁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟମାନେ ଯୋଗ ଦେବେ । ଭୁବନେଶ୍ଵରରୁ ସେହିଦିନ ଅପରାହ୍ନ 4.30 ରେ ନବୀନ କାର୍ଯ୍ୟକ୍ରମରେ ଭିସି ଯୋଗେ ସାମିଲ ହେବେ ।

ସେହିପରି ନବୀନ କହିଛନ୍ତି ଆମେ ସମସ୍ତେ ମିଳିମିଶି ବିଜୁ ଜନତା ଦଳର 25 ତମ ପ୍ରତିଷ୍ଠା ଦିବସ ପାଳନ କରିବା । ଡିସେମ୍ବର 26 ଠାରୁ ବର୍ଷ ସାରା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା, ଦଳୀୟ ଏକତା, ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ଓଡିଶାବାସୀଙ୍କ ସେବାରେ ନିଜକୁ ପୂର୍ବ ପ୍ରାଣରେ ସମର୍ପିତ କରିବା ହିଁ ହେବ ଏହି ପ୍ରତିଷ୍ଠା ଦିବସରୁ ଆମର ଆଗାମୀ କାଲି ପାଇଁ ଦଳୀୟ କାର୍ଯକ୍ରମର ଖସଡା । ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କର ଆମ ଉପରେ ରହିଥିବା ଆସ୍ଥା ବଜାୟ ରଖିବା, ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବରେ ଗ୍ରହଣ କରି କାମ କରିବା । ପ୍ରତ୍ୟେକ ବ୍ଲକ ଏବଂ ସହରାଞ୍ଚଳରେ 25 ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶାବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details