ଭୁବନେଶ୍ବର:ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳନ କରିବ ଶାସକ ଦଳ ବିଜେଡି । ୨୬ ତାରିଖ ସନ୍ଧ୍ୟା ୫ଟାରେ ୩୧୪ଟି ବ୍ଲକରେ ଭିଡିଓ କନ୍ଫରେସିଂ ମାଧ୍ୟମରେ କର୍ମୀଙ୍କୁ ବାର୍ତ୍ତା ଦେବେ ନବୀନ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏଥର ପ୍ରତିଷ୍ଠା ଦିବସ ଗୁରୁତ୍ୱ ବହନ କରିବ । ଅନ୍ୟପକ୍ଷରେ, ଡିସେମ୍ବର ୨୫ରେ ସୁଶାସନ ଦିବସ ପାଳନ କରିବ ବିଜେପି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରିବ ବିଜେପି । ବାଜପେୟୀଙ୍କୁ ଶାସନ ସମୟରେ ଦୁର୍ନୀତି ନିବାରଣ, ନିର୍ଦ୍ଧାରିତ ସମୟ ଭିତରେ ଯୋଜନାର କାର୍ଯ୍ୟାନ୍ଵୟନ, ସାମୁହିକତା, ସହଭାଗିତା ଓ ସହମତି ଭିତ୍ତିରେ ଗୁରୁତ୍ଵ, ଉତ୍ତରଦାୟୀ ଶାସନ ଉପରେ ଗୁରୁତ୍ଵ ଦିଆଯାଉଥିଲା । ଏହାକୁ ନେଇ ବିଜେପି ଦଳ ପକ୍ଷରୁ ସୁଶାସନକୁ ନେଇ ଜନ ଜାଗରଣ କରାଯିବ । ପ୍ରତ୍ୟେକ ବ୍ଲକ, ମଣ୍ଡଳ, ପଞ୍ଚାୟତ ସ୍ତରରେ ଏହି ଦିବସ ପାଳନ କରିବାକୁ ପାଇଁ ଦଳ ପକ୍ଷରୁ ଆହ୍ଵାନ ଦିଆଯାଇଛି ।