ଓଡିଶା

odisha

ETV Bharat / city

ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ପ୍ରସଙ୍ଗ, ସମଦୂରତା କଥା କହିଲା ବିଜେଡି - ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବିଜେଡିର ପ୍ରତିକ୍ରିୟା

ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟା ରଖିଛି ଦେଶର ପ୍ରମୁଖ ଆଞ୍ଚଳିକ ଦଳ ବିଜେଡି । ଅଧିକ ପଢ଼ନ୍ତୁ

ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ପ୍ରସଙ୍ଗ: ସମଦୂରତା କଥା କହିଲା ବିଜେଡି
ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ପ୍ରସଙ୍ଗ: ସମଦୂରତା କଥା କହିଲା ବିଜେଡି

By

Published : Feb 21, 2022, 4:56 PM IST

ଭୁବନେଶ୍ବର: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଗତକାଲି(ରବିବାର) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି । ବୈଠକ ସୌଜନ୍ୟତାମୂଳକ ନୁହେଁ ବରଂ ରାଜନୈତିକ ବୋଲି ଆଭାସ ମିଳିଛି । ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏନେଇ ପ୍ରତିକ୍ରିୟା ରଖିଛି ଦେଶର ପ୍ରମୁଖ ଆଞ୍ଚଳିକ ଦଳ ବିଜେଡି ।

ବିଜେପି ବିରୋଧୀ ଆଞ୍ଚଳିକ ଦଳ ମେଣ୍ଟ ପ୍ରସଙ୍ଗ: ସମଦୂରତା କଥା କହିଲା ବିଜେଡି

ବିଜେଡି ବିଧାୟକ କହିଛନ୍ତି ଦଳ ସମଦୂରତା ନୀତିକୁ ଗୁରୁତ୍ୱ ଦେବ । ଉଦ୍ଧବଙ୍କୁ କେସିଆର ଭେଟିବା ପରେ ଦେଶର ରାଜନୀତି ଉଷ୍ଣତା ଦେଖା ଦେଇଛି । ୨୦୨୪ ସାଧାରଣ ନିର୍ବାଚନକୁ ହାତରେ ଦୁଇ ବର୍ଷରୁ କମ୍‌ ସମୟ ରହିଛି । ଏହାରି ମଧ୍ୟରେ କେସିଆର ସବୁ ଆଞ୍ଚଳିକ ଦଳକୁ ଏକଜୁଟ କରିବା ପାଇଁ ପ୍ରୟାସ କରୁଛନ୍ତି । ଜାତୀୟ ସ୍ତରରେ ବିଜେପି ବିରୋଧୀ ଆଞ୍ଚଳିକ ଦଳଙ୍କୁ ନେଇ ମିଳିତ ମଞ୍ଚ ଗଠନ ଦିଗରେ ପ୍ରକ୍ରିୟା ଆଗକୁ ବଢୁଛି । ଏଥିରେ ବିଜୁ ଜନତା ଦଳ ପରି ଆଞ୍ଚଳିକ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

ଏହାକୁ ନେଇ ଦଳର ଭୂମିକା ଉପରେ ବିଜେଡି ବିଧାୟକ ନକରାତ୍ମକ ଟିପ୍ପଣୀ ଦେଇଛନ୍ତି ଅମର ପ୍ରସାଦ ଶତପଥୀ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଷ୍ଟାଣ୍ଡ ସମ୍ ଦୂରତା । ଯାହା ଏବେ ବି କାଏମ ରହିଛି । ଯଦି ଆଗକୁ କିଛି ପରିବର୍ତ୍ତନର ଆବଶ୍ୟକ ପଡେ ତେବେ ମୁଖ୍ୟମନ୍ତ୍ରୀ ହିଁ ନିଷ୍ପତ୍ତି ନେବେ ।



ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details