ଭୁବନେଶ୍ବର: ଆସନ୍ତାକାଲି ଉଷୁନା ଚାଉଳ ନ କିଣିବା ପ୍ରସଙ୍ଗରେ ବିଜେଡି ପକ୍ଷରୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ କରାଯିବ । ଆଜି ଏନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏହା କହିଛି । କେନ୍ଦ୍ର ସରକାରଙ୍କ ଏହି ନୀତିକୁ ବିରୋଧ କରିଛି ବିଜେଡି ।
ତେବେ କେନ୍ଦ୍ର ସରକାର ଆମକୁ ପ୍ରତିଶୃତି ଦେଇଥିଲେ ୨ ମେଟ୍ରିକ୍ ଟନ ଅରୁଆ ଓ ୫ ମେଟ୍ରିକ୍ ଟନ ଉଷୁନା ଚାଉଳ କିଣିବେ ବୋଲି ମାତ୍ର ଏହା ନକରି ଆମ ସହ ଖେଳୁଛନ୍ତି ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ଏବେ ୨୨ ମେଟ୍ରିକ ଟନ ଉଷୁନା ଓ ଅରୁଆ ଚାଉଳ ରହିଛି । ସେହିପରି ବଳକା ଥିବା ଚାଉଳକୁ ସଂଘୀୟ ବ୍ୟବସ୍ଥା ଅନୁସାରେ ଏହାକୁ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ(FCI) ମାଧ୍ୟମରେ କେନ୍ଦ୍ର ସରକାର କିଣିବା କଥା ।