ଓଡିଶା

odisha

ETV Bharat / city

‘BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ’ - ବିଜେଡି ପଞ୍ଚାୟତ ନିର୍ବାଚନ ରଣନୀତି

ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ BJD ନେତା ଶଶୀଭୂଷଣ ବେହେରା । କହିଲେ BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ । ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ଦଳ । ଅଧିକ ପଢନ୍ତୁ...

‘BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ’
‘BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ’

By

Published : Oct 13, 2021, 10:35 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ ଏକ ପ୍ରକାର ଅଣଆନୁଷ୍ଠାନିକ ଭାବେ ବିଗୁଲ ବାଜି ସାରିଲାଣି। ଫେବୃଆରୀ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହୋଇ ୫ଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ପଞ୍ଚାୟତ ନିର୍ବାଚନରେ ସରଂକ୍ଷଣ ଚିଠା ତାଲିକାକୁ ନେଇ ବିବାଦ ଉଠୁଥିବାବେଳେ ଶାସକ ବିଜେଡିର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ବୋଲି ଆଲୋଚନା ହେଉଛି । ସେପଟେ ସଂରକ୍ଷଣ ନେଇ ବିରୋଧୀ ଦଳ ଶାସକ ଦଳକୁ ଆଙ୍ଗୁଳି ଉଠାଇଛି । ଏହି ପ୍ରସଙ୍ଗରେ ମତ ରଖିଛନ୍ତି ବିଜେଡି ନେତା ଶଶୀ ଭୂଷଣ ବେହେରା ।

‘BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ’

ଶଶୀଭୂଷଣ କହିଛନ୍ତି BJD ନିଜେ ହିଁ ନିଜର ପ୍ରତିଦ୍ବନ୍ଦୀ । କାରଣ ନିଜେ ବିଜେଡି ନିଜ ବ୍ୟବସ୍ଥାରେ ଲଢ଼ିବାକୁ ପ୍ରୟାସ କରେ । ତେଣୁ ଦଳକୁ ଅନ୍ୟ କାହା ସହ ପ୍ରତିଦ୍ବନ୍ଦିତା କରିବାର ଆବଶ୍ୟକତା ନାହିଁ । ସାଧାରଣ ଲୋକଙ୍କ ପ୍ରତି ନବୀନ ବାବୁ ଅଙ୍ଗୀକାରବଦ୍ଧ । ବିଜେଡି ସବୁବେଳେ ଲୋକଙ୍କ ସହ ସୁବିଧା ଅସୁବିଧାରେ ରହିଆସିଛି । ତେଣୁ ଲୋକ ଆମ ସରକାର ସହ ଅଛନ୍ତି, ଆଗକୁ ମଧ୍ୟ ରହିବେ। ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଶଶୀଭୂଷଣ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details