ଭୁବନେଶ୍ବର:ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ତାଲିକା ଘୋଷଣା କରିବାକୁ ଯାଉଛି ଶାସକ ଦଳ ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା ଦେଲେ ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ ।
ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିର୍ବାଚନ ଲାଗି ବିଜେଡିର ମେୟର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । କିଛି ସମୟ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଭୁବନେଶ୍ବର ମେୟର ପ୍ରାର୍ଥୀ ଲାଗି ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଲୋପାମୁଦ୍ରା ବକ୍ସିପାତ୍ର ଓ ପୂର୍ବତନ କର୍ପୋରେଟର ପ୍ରତିନନ୍ଦା ରାଉତରାୟ ରେସରେ ଆଗରେ ରହିଛନ୍ତି । ସେହିପରି କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଲାଗି ରାଜ୍ୟସଭା ସାଂସଦ ସୁବାସ ସିଂ ଆଗରେ ରହିଛନ୍ତି ।