ଭୁବନେଶ୍ବର:ଟିକେଟ ବଣ୍ଟାକୁ ନେଇ ବିଜେଡି ଭିତରେ ଚାଲିଥିବା ଟଣାଓଟରା ଜାରି ରହିଛି । ନାମାଙ୍କନ ପ୍ରତ୍ୟାହାରକୁ ମାତ୍ର ଦୁଇ ଦିନ ଥିବାରୁ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଲାଗିପଡିଛନ୍ତି ବରିଷ୍ଠ ନେତା । ତୋଡ ଦେଖାଉଥିବା ଅସନ୍ତୁଷ୍ଟଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ କାଟୁ କରୁନି । ତେଣୁ ବୁଝାସୁଝା କରି ଦଳ ସ୍ରୋତର ଆଣିବାକୁ ପ୍ରୟାସ କରୁଛି ଦଳ । ଅସନ୍ତୁଷ୍ଟଙ୍କୁ ବୁଝେଇ ନପାରିଲେ ବିରୋଧୀ ଅଧିକ ଫାଇଦାରେ ରହିବେ ବୋଲି ବୁଝିଗଲେଣି ବିଜେଡି ହାଇକମାଣ୍ଡ ।
ବିଜେଡିରେ ଅସନ୍ତୁଷ୍ଟଙ୍କୁ ବୁଝେଇବା ଲାଗି କଳବଳ ଲଗେଇ ଦେଇଛନ୍ତି ବିଜେଡି ବରିଷ୍ଠ ନେତା । ଅଳ୍ପ କିଛି ଅସନ୍ତୁଷ୍ଟଙ୍କୁ ବୁଝେଇବାରେ ସକ୍ଷମ ହୋଇଛନ୍ତି ଦଳୀୟ ନେତା । କିଛି ଅସନ୍ତୁଷ୍ଟ ନାମାଙ୍କନ ପ୍ରତ୍ୟାହାର କରିଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ଅସନ୍ତୁଷ୍ଟ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇଛି ଦଳ । କିଛି ଅସନ୍ତୁଷ୍ଟ କାର୍ଯ୍ୟାନୁଷ୍ଠାନ ଭୟରେ ଭୟଭୀତ ହୋଇ ନାମାଙ୍କନ ଫେରାଇ ନେଇଛନ୍ତି । କିନ୍ତୁ ଆଉ କିଛି କୌଣସି ହାଲତରେ ପଛଘୁଞ୍ଚା ଦେଉନାହାନ୍ତି । ଏକ ଜିଦ ନିର୍ବାଚନ ଲଢିବୁ । ଦଳୀୟ ଟିକେଟରେ ହେଉ ଅବା ସ୍ବାଧୀନ । ଅଞ୍ଚଳରେ ଦବଦବା ଓ କ୍ଲିନ ଇମେଜ ଯୋଗୁଁ କୌଣସି ପରିସ୍ଥିତିରେ ବ୍ୟାକ ଫୁଟ ମୁଡରେ ନାହାନ୍ତି ଅସନ୍ତୁଷ୍ଟ । ଆମେ ସ୍ବାଧୀନ, ଆମ ନେତା ନବୀନ ନ୍ୟାୟରେ ଚାଲିଛନ୍ତି । ତାଙ୍କୁ କାଟୁ କରୁନାହିଁ କୌଣସି ଚାପ । ସ୍ଥିତି ଏମିତି ହୋଇଛି ନିର୍ବାଚନ ହେଲେ ମୁହାଁମୁହିଁ ହେବେ ବିଜେଡି- ଅସନ୍ତୁଷ୍ଟ ବିଜେଡି । ଫଳରେ ଲାଭରେ ରହିବେ ବିରୋଧୀ । କ୍ଷତି ସହିବ ବିଜେଡି । ଏମିତି କି ନିଜ ଗଡ ହରେଇବ ବିଜେଡି ।