ଓଡିଶା

odisha

ETV Bharat / city

Paika Rebellion: ବାତ୍ୟା ପରି ଦିଗ ବଦଳାଉଛି BJP - BJD target to BJP

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି । ପୁଣି ବିଜେପିକୁ ଟାର୍ଗେଟ କଲା ବଜେଡ଼ି । ଏନେଇ ରାଜ୍ୟ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

ପାଇକ ବିଦ୍ରୋହ ପ୍ରସଙ୍ଗ: ବଙ୍ଗୋପସାଗରର ବାତ୍ୟା ପରି ମତ ବଦଳାଉଛି ବିଜେପି
ପାଇକ ବିଦ୍ରୋହ ପ୍ରସଙ୍ଗ: ବଙ୍ଗୋପସାଗରର ବାତ୍ୟା ପରି ମତ ବଦଳାଉଛି ବିଜେପି

By

Published : Dec 9, 2021, 10:19 PM IST

ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି । ପୁଣି ବିଜେପିକୁ ଟାର୍ଗେଟ କଲା ବଜେଡ଼ି । ଏନେଇ ରାଜ୍ୟ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଭାବରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବିକୁ ଶାଣିତ କରିବା କଥା କହିଥିବା ବେଳେ ସମୟ କ୍ରମେ ତାଙ୍କ ପ୍ରତିଶୃତି ପାଳନ କରିନାହାନ୍ତି । କାରଣ କେନ୍ଦ୍ର ମନ୍ତ୍ରୀ ଏବେ ସେକଥାକୁ ଭୁଲିଯାଇଛନ୍ତି ।

ପାଇକ ବିଦ୍ରୋହ ପ୍ରସଙ୍ଗ: ବଙ୍ଗୋପସାଗରର ବାତ୍ୟା ପରି ମତ ବଦଳାଉଛି ବିଜେପି

ଅନ୍ୟପଟେ ଏପ୍ରସଙ୍ଗରେ ସାଂସଦ କାଇଁ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି ବୋଲି ସେ କହିଛନ୍ତି । ୧୮୫୭ରେ ହୋଇଥିବା ସ୍ୱାଧୀନତା ସଂଗ୍ରାମର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ହୋଇଥିଲା । ପୂର୍ବରୁ ଏହାକୁ ନେଇ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କରୁଥିବା ବେଜେଡି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ମାରକ ଦେଇଥିଲେ । ତଥାପି ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇପାରିବ ନାହିଁ କି ଏନେଇ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ମିଶ୍ର ।

ଭୁୂବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details