ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ବିଜେଡି ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମସ୍ତ ନେତା ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସମସ୍ତ କଥାକୁ ସଂସଦରେ ଉପସ୍ଥାପନ କରିପାରିବେ । ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି ତେଣୁ ସୁଲତା ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିଭଳି ସସ୍ମିତ ପାତ୍ର ପୂର୍ବରୁ ସଂସଦରେ ନିଜର ଦକ୍ଷତା ଦେଖାଇଛନ୍ତି ତେଣୁ ତାଙ୍କୁ ନିଆଯାଇଛି ।
ଜାତୀୟସ୍ତରରେ ନବୀନ ନିଜର ପତିଆରା ସୃଷ୍ଟି କରିଛନ୍ତି କହିଲେ ଅତନୁ ସବ୍ୟସାଚୀ - ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ
ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ବିଜେଡି ନେତା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମସ୍ତ ନେତା ଅଭିଜ୍ଞ ସମ୍ପନ୍ନ ବ୍ୟକ୍ତିତ୍ୱ । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସମସ୍ତ କଥାକୁ ସଂସଦରେ ଉପସ୍ଥାପନ କରିପାରିବେ । ଏହା କହିଛନ୍ତି ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢ଼ନ୍ତୁ
ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକ୍ ନିଷ୍ପତ୍ତି ନିଅନ୍ତି । ବିଜେଡି ସାରା ଭାରତ ବର୍ଷରେ ଏକ ନମ୍ବର ଦଳ, ମୁଖ୍ୟମନ୍ତ୍ରୀଙ୍କ ପତିଆରା ରହିଛି ବୋଲି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତବର୍ଷରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବିଜେଡି ହକ ପାଇବାରେ ଯେତେବେଳେ ସମସ୍ୟା ଉଠିଛି ସେତେବେଳେ ଦିଲ୍ଲୀ ଦରବାରରେ ଏହାର ପ୍ରତିବାଦର ସ୍ୱର ଉଠିଛି ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଏହାକୁ ନେଇ ତାଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ସଞ୍ଜୀବ କୁମାର ରାୟ ।