ଭୁବନେଶ୍ବର: ୩ ଦିନିଆ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୧୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଆସନ୍ତା ୧୦ ଦିନ ମଧ୍ୟରେ ପର୍ଯ୍ୟବେକ୍ଷକମାନେ ଗ୍ରାଉଣ୍ଡ ରିପୋର୍ଟ ଦେବା ପରେ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ ।
BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା - ବିଜେଡି ପର୍ଯ୍ୟବେକ୍ଷକ ବୈଠକ ଶେଷ
୩ ଦିନିଆ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ଶେଷ ହୋଇଛି । ଶେଷ ଦିନରେ ପ୍ରାୟ ୧୦ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ଅଧିକ ପଢ଼ନ୍ତୁ
![BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା](https://etvbharatimages.akamaized.net/etvbharat/prod-images/768-512-15116680-thumbnail-3x2-naveencm.jpg)
BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା
ତୃଣମୂଳ ସ୍ତରରୁ ମଜଭୁତ ହେବ ବିଜେଡି । ଏହି ଯୋଜନାରେ ଆଗକୁ ବଢୁଛି ବିଜେଡି । ତେଣୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରୁଛନ୍ତି ବିଜେଡି ସଭାପତି । ଏହାପରେ ମିଶନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ଦଳ । ଆସନ୍ତା ୧୦ ଦିନ ମଧ୍ୟରେ ନିଜନିଜ ଜିଲ୍ଲାରେ ଦଳର ସ୍ଥିତି, ସମସ୍ୟା ବାବଦରେ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ତଲବ କରିଛନ୍ତି ନବୀନ । ରିପୋର୍ଟ ମିଳିବା ପରେ ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ କରାଯିବ ।
BJD Politics: ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା ଶେଷ, ରିପୋର୍ଟକୁ ଅପେକ୍ଷା