ଭୁବନେଶ୍ବର: ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର(NPR) ଏନପିଆରକୁ ନେଇ କଣ ରହିବ ଶାସକ ବିଜେଡିର ଆଭିମୁଖ୍ୟ? କେନ୍ଦ୍ର ସହିତ ରହିବେ ନା ବିରୋଧ କରିବେ? ପୂର୍ବରୁ ସବୁ ନିଷ୍ପତ୍ତିରେ ସନ୍ତୁଳନ ରକ୍ଷା କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ କଣ ନିଷ୍ପତ୍ତି ନେବେ ତାକୁ ଏବେ ସମସ୍ତଙ୍କ ଅପେକ୍ଷା।
ଓଡି଼ଶାରେ ଲାଗୁ ହେବ କି NPR? - ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର
ଓଡି଼ଶାରେ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର(NPR) ଲାଗୁ ହେବ ନା ନାହିଁ ସେ ନେଇ ନିଷ୍ପତ୍ତି ନେବେ ବିଜେଡି ସୁପ୍ରିମୋ। ଅଧିକ ପଢ଼ନ୍ତୁ...
ଏହାରି ଭିତରେ ଆସାମ ଓ ପଶ୍ଚିମବଙ୍ଗ ଏହକୁ ଲାଗୁ କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। ଆଉ କିଛି ରାଜ୍ୟ ଏହାର ସମୀକ୍ଷା କରୁଛନ୍ତି। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। କାହିଁକି ନା NPRର, NRC ସହିତ ସଂଯୋଗ ଅଛି ବୋଲି ଯୁକ୍ତି ବାଢୁଛନ୍ତି। ଏଭଳି ସମୟରେ ଓଡି଼ଶା କଣ କରିବ ତା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏନେଇ ଗଣମାଧ୍ୟମ ଆଗରେ ମୁହଁ ନଖୋଲିବାକୁ ସବୁ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ନିଷ୍ପତ୍ତି ନେବେ ଦଳର ସୁପ୍ରିମୋ ହିଁ ନେବେ ବୋଲି କହିଛନ୍ତି ଦଳର ନେତା। ସେହିଭଳି ଧର୍ମ, ଜାତିରୁ ଊର୍ଦ୍ଧ୍ୱରେ ବିଜେଡି ବୋଲି କହିଛନ୍ତି ଦଳର ବିଧାୟକ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ