ଓଡିଶା

odisha

By

Published : May 10, 2022, 9:08 AM IST

ETV Bharat / city

Brajarajnagar Bypoll: ସୁଶାନ୍ତ ସିଂଙ୍କ ଦୃଢୋକ୍ତି, ୬୦ହଜାର ଭୋଟ୍‌ ବ୍ୟବଧାନରେ ଜିତିବ BJD

ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଲିଷ୍ଟ ଜାରି କରାଯିବ । ୧୧ ତାରିଖରେ ଅଳକା ମହାନ୍ତି ନାମାଙ୍କନ ଦାଖଲ କରିବେ । ଦଳ ବିଜୟ ଲାଗି ମାଇକ୍ରୋ ମ୍ୟାନେଜମେଣ୍ଟ କରିବ । ପ୍ରାୟ ୬୦ ହଜାର ଭୋଟ୍ ବ୍ୟବଧାନରେ BJD ଜିତିବ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦୃଢୋକ୍ତି । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପନିର୍ବାଚନରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତବୁ: ଶ୍ରମ ମନ୍ତ୍ରୀ
ବ୍ରଜରାଜନଗର ଉପନିର୍ବାଚନରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତବୁ: ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ BJD ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅଳକାଙ୍କ ନାମରେ ମୋହର ମାରିବା ପୂର୍ବରୁ ବିଜେଡି ସୁପ୍ରିମୋ ଦଳର ତିନି ଜଣ ଟାଣୁଆ ନେତାଙ୍କ ସହ ଆଲୋଚନା କରିଥିଲେ । ଶ୍ରମମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଦକ୍ଷ ସଂଗଠକ ସୁଶାନ୍ତ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଝାରସୁଗୁଡା ଜିଲ୍ଲା ପ୍ରଭାରୀ ସୁବାସ ସିଂଙ୍କ ସହିତ କଥା ହୋଇଥିଲେ ନବୀନ ।

ବ୍ରଜରାଜନଗର ଉପନିର୍ବାଚନରେ ୬୦ ହଜାର ଭୋଟ ବ୍ୟବଧାନରେ ଜିତବୁ: ଶ୍ରମ ମନ୍ତ୍ରୀ

ଆଲୋଚନାବେଳେ ବ୍ରଜରାଜନଗରରେ ପୂର୍ବ ନିର୍ବାଚନ ଅପେକ୍ଷା ବଡ଼ ବିଜୟ ପାଇଁ ସବୁ ନେତା ଏକ ହୋଇ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, "ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବଡ଼ ବ୍ୟବଧାନରେ ବାଜିମାତ କରିଥିଲା । ପାର୍ଟି ୫୬ହଜାରରୁ ଅଧିକ ଭୋଟରେ ବ୍ରଜରାଜନଗରରେ ବିଜୟୀ ହୋଇଥିଲା । ଉପନିର୍ବାଚନରେ ମଧ୍ୟ ବ୍ରଜରାଜନଗର ଆସନ ବିଜେଡି କବଜାକୁ ଯିବ ।"

ସୁଶାନ୍ତ ସିଂ ଆହୁରି ମଧ୍ୟ କହଛନ୍ତି, "ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଲିଷ୍ଟ ଜାରି କରାଯିବ । ୧୧ ତାରିଖରେ ଅଳକା ମହାନ୍ତି ନାମାଙ୍କନ ଦାଖଲ କରିବେ । ପରବର୍ତ୍ତୀ ସମୟରେ ଦଳ ବିଜୟ ଲାଗି ମାଇକ୍ରୋ ମ୍ୟାନେଜମେଣ୍ଟ କରିବ । ପ୍ରାୟ ୬୦ ହଜାର ଭୋଟ୍ ବ୍ୟବଧାନରେ BJD ଜିତିବ ବୋଲି କହିଛନ୍ତି ସୁଶାନ୍ତ ।

ଅନ୍ୟପଟେ ଝାରସୁଗୁଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସୁବାସ ସିଂ କହିଛନ୍ତି, "ବିଜେଡି ମଇଦାନରେ ଓହ୍ଲାଇ କାର୍ଯ୍ୟ କରୁଛି । ଝାରସୁଗୁଡା ଜିଲ୍ଲାରେ ନିଜର ସ୍ଥିତିକୁ କାଏମ ରଖିଛି । ଜିଲ୍ଲାର ଅଦ୍ଵିତୀୟ ନେତା ଥିଲେ କିଶୋର ମହାନ୍ତି । ଜିଲ୍ଲା ଗଠନ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ଦଳର ସାଙ୍ଗଠନିକ ସ୍ଥିତିକୁ ତ୍ୱରାନ୍ୱିତ କରି ଦଳ ନିର୍ବାଚନକୁ ଯିବ । ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବେ କି ନାହିଁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details