ଓଡିଶା

odisha

ETV Bharat / city

ଆସନ୍ତା ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ - ବିଜେଡିର ସାଙ୍ଗଠନିକ ନିର୍ବାଚନ

ସାଙ୍ଗଠନିକ ନିର୍ବାଚନ ନେଇ ବିଜେଡିର ପ୍ରେସ୍‌ ମିଟ୍‌ । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର 26ରୁ ଆରମ୍ଭ ହୋଇ ଏହା 2020 ଫେବୃୟାରୀ 26 ତାରିଖରେ ଶେଷ ହେବ ।

bjd state election
୨୭ ଡିସେମ୍ବରରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ

By

Published : Dec 20, 2019, 6:41 PM IST

ଭୁବନେଶ୍ବର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ତାରିଖ ଘୋଷଣା । ଚଳିତ ବର୍ଷ 5ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ଡିସେମ୍ବର 26ରୁ ଆରମ୍ଭ ହୋଇ ଏହା 2020 ଫେବୃୟାରୀ 26 ତାରିଖରେ ଶେଷ ହେବ । ଏହି ନିର୍ବାଚନ 33ଟି ସାଙ୍ଗଠନିକ ଜିଲ୍ଲାରେ କରାଯିବ । ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।

୨୭ ଡିସେମ୍ବରରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ 27 ଡିସେମ୍ବରରୁ ଆରମ୍ଭ ହୋଇ 13 ଜାନୁଆରୀରେ ଶେଷ ହେବ । ପ୍ରାଥମିକ ପର୍ଯ୍ୟାୟରେ ନିର୍ବାଚନ ପଞ୍ଚାୟତ ଓ ୱାର୍ଡ ସ୍ତରରେ ହେବ । ଗ୍ରାମପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି, ସହିତ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ 14 ଜାନୁଆରୀରୁ 29 ତାରିଖ ଯାଏ ହେବ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବ୍ଲକସ୍ତରରେ ଅନୁଷ୍ଠିତ ହେବ । ବ୍ଲକ ସଭାପତି, କମିଟି ସଭ୍ୟ, ଏନଏସି ସଭାପତି ଓ ସଭ୍ୟମାନଙ୍କ ନିର୍ବାଚନ କରାଯିବା ସହ ମ୍ୟୁନସିପାଲଟି ଓ କମିଟି ସଭ୍ୟ ନିର୍ବାଚନ ହେବ । ଏହାସହ ମହାନଗର ନିଗମ ସଭାପତି ଓ ସଭ୍ୟମାନଙ୍କ ନିର୍ବାଚନ କରାଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଭ୍ୟମାନଙ୍କ ନିର୍ବାଚନ ହେବ । ଏହି ନିର୍ବାଚନ 30 ଜାନୁଆରୀରୁ ଆରମ୍ଭ ହୋଇ 15 ଫେବୃୟାରୀ 2020ରେ ଶେଷ ହେବ ।

16 ଫେବୃୟାରୀରୁ 18 ଫେବୃଆରୀ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟମାନଙ୍କ ନିର୍ବାଚନ ହେବ । ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ 23 ଫେବୃଆରୀ ଠାରୁ 26 ଫେବୃଆରୀ ମଧ୍ୟରେ ହେବ । ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details