ଓଡିଶା

odisha

ETV Bharat / city

ଅହିଂସା ଶଦ୍ଦକୁ ସମ୍ବିଧାନ ମୁଖବନ୍ଧରେ ସାମିଲ ଦାବି, ବିଜେଡି ସଂଗ୍ରହ କଲା 1 ଲକ୍ଷ ଦସ୍ତଖତ - ବିଜେଡି ସୁପ୍ରିମୋ

ଏକ ଲକ୍ଷ ଦସ୍ତଖସ୍ତ ସଂଗ୍ରହ କଲା ବିଜେଡ଼ି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 2, 2019, 6:02 PM IST

Updated : Oct 2, 2019, 7:40 PM IST

ଭୁବନେଶ୍ବର: ସମ୍ବିଧାନର ମୁଖବନ୍ଧରେ ଅହିଂସା ଶଦ୍ଦକୁ ସାମିଲ କରିବା ପାଇଁ ବିଜେଡ଼ି ସଂଗ୍ରହ କରିଛି ଦସ୍ତଖସ୍ତ । ମହାମହିମ ରାଷ୍ଟ୍ରପତି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାବେଳେ ଏହି ପ୍ରସ୍ତାବ ଦେଇଥିଲେ ନବୀନ ପଟ୍ଟନାୟକ । ଦାବି ଜଣାଇବା ପାଇଁ ପ୍ରାୟ 1 ଲକ୍ଷ ଦସ୍ତଖତ ସଂଗ୍ରହ କରିଛି ବିଜେଡ଼ି ।

ବିଜେଡି ସଂଗ୍ରହ କଲା 1 ଲକ୍ଷ ଦସ୍ତଖତ

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦସ୍ତଖସ୍ତ ସଂଗ୍ରହ ହୋଇଛି । ଦସ୍ତଖସ୍ତ ପତ୍ରକୁ ଆଜି ଦଳର ସଭପତି ନବୀନ ପଟ୍ଟନାୟକ ହସ୍ତାନ୍ତର କରାଯାଇଛି । ଏହି ଦସ୍ତଖତ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିବେ ବିଜେଡି ସୁପ୍ରିମୋ । ଖୁବଶୀଘ୍ର ଏନେଇ ରାଷ୍ଟ୍ରପତି ଭାବନରୁ ସମୟ ମାଗିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କିଛି ସ୍ବାଧୀନତା ସଂଗ୍ରାମୀ ମଧ୍ୟ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଖୁବଶୀଘ୍ର ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ଦ୍ବାରା ଭବିଷ୍ୟତ ପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ମନେ ରଖିବେ । କେବଳ ଭାରତ ନୁହେଁ ସାରା ବିଶ୍ବ ଏହି ଆଦର୍ଶକୁ ଅନୁସରଣ କରିବ ବୋଲି ଆଲୋଚନାରେ କହିଥିଲେ ନବୀନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 2, 2019, 7:40 PM IST

ABOUT THE AUTHOR

...view details