ଭୁବନେଶ୍ବର: ସଂସଦର ବଜେଟ ଅଧିବେଶନରେ ପୂନର୍ବାର ମହିଳା ସଂରକ୍ଷଣ ବିଲ ପାରିତ କରିବାକୁ ଦାବି କରିବ ବିଜୁ ଜନତା ଦଳ । ବଜେଟ ଅଧିବଶନକୁ ସୁରୁଖୁରୁରେ ଚଳାଇବା ପାଇଁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।
ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଏହି ବିଲ ପାରିତ କରିବାର ପ୍ରସଙ୍ଗ ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। 2019 ଲୋକସଭା ନିର୍ବାଚନରେ ବିଜେଡି ଏକ ମାତ୍ର ଦଳ ଭାବରେ 21ଟି ସଂସଦ ସିଟ ମଧ୍ୟରୁ 7ଟିରେ ମହିଳାଙ୍କୁ ଟିକେଟ ଦେଇଥିଲା ।