ଭୁବନେଶ୍ବର: ସାରୁଅ ଜମି ହଡପ ମାମଲାରେ ଓଡିଶାର ନିର୍ଦ୍ଧିଷ୍ଟ ଘରୋଇ ଟିଭି ଚ୍ୟାନେଲକୁ ବାରମ୍ବାର ଘେରିବାରେ ବ୍ୟସ୍ତ ରାଜ୍ୟ ସରକାର । ଏନେଇ ଓଡିଶା ସରକାରଙ୍କୁ ବିଜେପିର ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ ରାମ ମାଧବଙ୍କ ଟାର୍ଗେଟ ପରେ ଏହାର ପାଲଟା ଜବାବ ରଖିଛି ବିଡେଡି ।
ମାମଲା ହାଇକୋର୍ଟରେ ଥିବା ବେଳେ ବିନା ହସ୍ତକ୍ଷେପରେ ନ୍ୟାୟ ହେବ ବୋଲି ରାମ ମାଧବଙ୍କ ଟ୍ବିଟର ଜବାବରେ କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସସ୍ମିତ ଟ୍ବିଟ କରି କହିଛନ୍ତି, ପ୍ରିୟ ରାମମାଧବ ଜୀ ଆପଣ ଅତ୍ୟାଚାର ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି | ବୈଜୟନ୍ତ ପଣ୍ଡା ତାଙ୍କ ଦଲିତ ଡ୍ରାଇଭରକୁ ବ୍ୟବହାର କରି 22 ଦଳିତଙ୍କୁ ସେମାନଙ୍କ ଜମିରୁ ଜାଲିଆତି କରି ସ୍ଥାନାନ୍ତର କରିଛନ୍ତି । ମୁଁ ନିଶ୍ଚିତ ଯେ ଆପଣ ଏହି ଅପରାଧର ଅନୁସନ୍ଧାନ ହେଉ ବୋଲି ଚାହୁଁଛନ୍ତି | ଏପରିକି ଓଡ଼ିଶା ହାଇକୋର୍ଟ ମଧ୍ୟ ଏହା ଚାହାନ୍ତି ।
ସାରୁଅ ମାମଲାରେ ସରକାରଙ୍କୁ ରାମ ମାଧବଙ୍କ ଟାର୍ଗେଟ, ପାଲଟା ଜବାବ ଦେଲା ବିଜେଡି ସସ୍ମିତ କହିଛନ୍ତି, ଜୟ ପଣ୍ଡାଙ୍କ ଭଉଣୀଙ୍କ କମ୍ପାନୀ ଓଡିଶା ସରକାରୀ ଭିତ୍ତିଭୂମି ପ୍ରକଳ୍ପରୁ କୋଟି କୋଟି ଟଙ୍କା ରୋଜଗାର କରୁଛି । ତାଙ୍କ ପରିବାରିକ ବ୍ୟବସାୟ ଓଡିଶା ସରକାରଙ୍କ ସହଯୋଗରେ ହଜାରେ କୋଟି ଟଙ୍କା ରୋଜଗାର କରେ | ତେବେ ଏ ବିଷୟରେ ଦୟାକରି ଆପଣଙ୍କର ସାଙ୍ଗଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ସସ୍ମିତ ।
ବିଜେଡି ସାଂସଦ ରାମ ମାଧବଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି | ଓଡିଶା ହାଇକୋର୍ଟ ତାଙ୍କ ରାୟରେ ଦଳିତଙ୍କ 'ଜମି ଦଖଲ' ମାମଲାରେ ଜୟ ଏବଂ ଜଗି ପଣ୍ଡାଙ୍କୁ ଗିରଫ କରିବାର ରାସ୍ତା ସଫା କରିଛନ୍ତି । ଯେତେବେଳେ ହାଇକୋର୍ଟରେ ମାମଲା ହେବ, ଏଥିରେ ହସ୍ତକ୍ଷେପ ବିନା ନ୍ୟାୟ କରାଯିବ ବୋଲି କହିଛନ୍ତି ସସ୍ମିତ ।
ସାରୁଅ ମାମଲାରେ ସରକାରଙ୍କୁ ରାମ ମାଧବଙ୍କ ଟାର୍ଗେଟ, ପାଲଟା ଜବାବ ଦେଲା ବିଜେଡି ସାରୁଅ ଜମି ମାମଲାରେ ଓଡିଶାର ନିର୍ଦ୍ଧିଷ୍ଟ ଘରୋଇ ଟିଭି ଚ୍ୟାନେଲକୁ ଶାସକ ଦଳ ବାରମ୍ବାର ଟାର୍ଗେଟ କରୁଥିବାରୁ ରାଜ୍ୟ ସରକାରଙ୍କୁ ମହାରାଷ୍ଟ୍ର ସରକାରଙ୍କ ସହ ତୁଳନା କରିଥିଲେ ବିଜେପି ନେତା ରାମ ମାଧବ । ଜଗିମଙ୍ଗତ ଓ ବୈଜୟନ୍ତଙ୍କୁ ପୋଲିସ ହଇରାଣ କରିଥିବା କହିଥିଲେ ସେ । ରାଜନୈତିକ ଆକ୍ରୋଶ ପାଇଁ ଏଭଳି ହେଉଛି ବୋଲି ଟ୍ବିଟରରେ ପ୍ରତିକ୍ରିୟା ରଖିଥିଲେ ରାମମାଧବ ।