ଭୁବନେଶ୍ବର: ନିଲମ୍ବିତ 2 ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି । 2 ନେତା ହେଲେ ରାୟଗଡ଼ା ଜିଲ୍ଲା ଗୁଡାରୀର କେ. ରାମକୃଷ୍ଣ ଓ ରାମନାଗୁଡାର ମନୋରଞ୍ଜନ ସାହୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୨ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି ।
2 ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି - BJD remove suspension order
ରାୟଗଡ଼ା ଜିଲ୍ଲାର ଦୁଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି। କିଛି ଦିନ ତଳେ ଦଳୀୟ ବିଶୃଙ୍ଖଳା ପାଇଁ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ସୂଚନା ଦେଲେ ଦଳୀୟ ଗଣମାଧ୍ୟମ ବ୍ୟାପାର ସମ୍ପାଦକ । ଅଧିକ ପଢନ୍ତୁ...
2 ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି
ମିଳିଥିବା ସୂଚନା ଅନୁସାରେ, ଦଳ ବିରୋଧୀ କାର୍ଯ୍ୟ କରୁଥିବା ନେଇ କେ. ରାମକୃଷ୍ଣ ଓ ମନୋରଞ୍ଜନ ସାହୁ ବିରୋଧରେ ଅଭିଯୋଗ ଆସିଥିଲା । ପରବର୍ତ୍ତୀ ସମୟରେ ଏନେଇ ଦଳ ପକ୍ଷରୁ ତଦନ୍ତ କରାଯାଇଥିଲା । ଅଭିଯୋଗ ସତ୍ୟତା ଥିବା ଜଣାପଡିବା ପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ଉଭୟ ନେତାଙ୍କୁ ପୁଣି ଥରେ ଦଳ ଭରସା କରିବା ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ନେଇ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦଳୀୟ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ