ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ: ବିରୋଧୀ ଦଳନେତାଙ୍କ ସମାଲୋଚନା, ଜବାବ ରଖିଲା ବିଜେଡି - ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁସମାଲୋଚନା

ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଜୟ କହିଛନ୍ତି, ଅତୀତରେ ମେକ ଇନ ଓଡ଼ିଶା ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମନ୍ତ୍ରୀ, ସଚିବ ମାନେ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି ଅନେକ ଅର୍ଥ ଖର୍ଚ୍ଚ କରି କହିଲେ ଓଡ଼ିଶା ପୁଞ୍ଜି ନିବେଶ ହେବ । ହେଲେ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପୁଞ୍ଜି ନିବେଶ ହେଲା ନାହିଁ । ଜବାବ ରଖିଲା ବିଜେଡି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ବିରୋଧୀ ଦଳନେତାଙ୍କ ସମାଲୋଚନା, ଜବାବ ରଖିଲା ବିଜେଡି
Etv Bharatମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ବିରୋଧୀ ଦଳନେତାଙ୍କ ସମାଲୋଚନା, ଜବାବ ରଖିଲା ବିଜେଡି

By

Published : Sep 15, 2022, 9:38 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଜୟ କହିଛନ୍ତି, "ଅତୀତରେ ମେକ ଇନ ଓଡ଼ିଶା ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମନ୍ତ୍ରୀ, ସଚିବ ମାନେ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି ଅନେକ ଅର୍ଥ ଖର୍ଚ୍ଚ କରି କହିଲେ ଓଡ଼ିଶା ପୁଞ୍ଜି ନିବେଶ ହେବ । ହେଲେ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପୁଞ୍ଜି ନିବେଶ ହେଲା ନାହିଁ।"

ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ବିରୋଧୀ ଦଳନେତାଙ୍କ ସମାଲୋଚନା, ଜବାବ ରଖିଲା ବିଜେଡି

ବିରୋଧୀ ଦଳ ନେତା ଆହୁରି ମଧ୍ୟ କହିଛନ୍ତି, ନିବେଶକ ସମ୍ମିଳନୀ ନାମରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ । ଯେଉଁ ବ୍ୟକ୍ତି ବିଶେଷଙ୍କୁ ଭେଟି ଓଡିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଣା ମୁହଁ । କେବଳ ଓଡ଼ିଶା ବାସୀଙ୍କୁ ଭକୁଆ କରୁଛନ୍ତି ବୋଲି ଜୟ କହିଛନ୍ତି ।

ତେବେ ବିରୋଧୀ ଦଳନେତାଙ୍କ ଏହି ଅଭିଯୋଗର ଜବାବ ରଖିଛି ଶାସକ ବିଜୁ ଜନତା ଦଳ( ବିଜେଡି) । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, "ବର୍ତ୍ତମାନ ସମୟରେ ଏପରି କଥା କହିବା ଅପ୍ରାସଙ୍ଗିକ । ଆଜି ରାଜ୍ୟ ପାଇଁ ଏକ ଐତିହାସିକ ଦିନ । ଜଣେ ମୁଖ୍ୟମନ୍ତ୍ରୀ ଭାବେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ଓପନିଂ ବେଲ ବଜାଇବା ପ୍ରଥମ ଘଟଣା ।" ଏଥିସହ ଓଡିଶାକୁ ପୁଣି ନିବେଶ ଆସିଛି ବୋଲି ଖୁସିବ୍ୟକ୍ତ କରିବାର କଥା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details