ଭୁବନେଶ୍ବର:ନୟାଗଡ଼ ପରୀ ହତ୍ୟା ଘଟଣାକୁ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି । ବାସ୍ତବରେ ବିଜେପି ନିକଟରେ କିଛି ତଥ୍ୟ ନାହିଁ । ପରି ସଂକ୍ରାନ୍ତୀୟ ଘଟଣାର ଅନୁଧ୍ୟାନ ନିମନ୍ତେ ବିଧାନସଭାରେ ରାଜ୍ୟ ସରକାର ଏସଆଇଟି ଗଠନ କୋର୍ଟ ଦ୍ବାରା ମନିଟର ବୋଲି କହିଥିଲେ। ହାଇକୋର୍ଟଙ୍କୁ ଅବଗତ କରିବା ସହିତ ଏନେଇ ହାଇକୋର୍ଟଙ୍କୁ ଚିଠି ପ୍ରଦାନ କରାଗଲା।
ପରୀ ହତ୍ୟା ଘଟଣା, ହୀନ ରାଜନୀତି କରୁଛି ବିଜେପି - ପରୀ ହତ୍ୟା ଘଟଣା
ପରୀ ହତ୍ୟା ଘଟଣାକୁ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ରଖିଛି ପ୍ରତିକ୍ରିୟା । ବିଜେପି ହୀନ ରାଜନୀତି କରୁଛି କହିଲା ବିଜେଡି । ଅଧିକ ପଢନ୍ତୁ...
ପରୀ ହତ୍ୟା ଘଟଣା, ହୀନ ରାଜନୀତି କରୁଛି ବିଜେପି
ପରୀ ହତ୍ୟା ଘଟଣା, ହୀନ ରାଜନୀତି କରୁଛି ବିଜେପି
ମୁଖ୍ୟ କଥା ହେଲା ଏସଆଇଟି ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ରହିଛନ୍ତି। ବାସ୍ତବରେ ପ୍ରସଙ୍ଗ ବିହୀନ ବିଜେପି ଏଭଳି ତଥ୍ୟ ନଥାଇ ହୀନ ରାଜନୀତି କରୁଛି। ରାଜ୍ୟର ଲୋକମାନେ ଏନେଇ ଅବଗତ ଅଛନ୍ତି। ତେଣୁ ବିଜେପି ଅଭିଯୋଗର ବାସ୍ତବତା ନାହିଁ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ