ଯାଜପୁର:ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ । ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅମର ଦାବି କରିଛନ୍ତି । କୌଣସି ହିଂସାକାଣ୍ଡକୁ କେହି ପ୍ରୋତ୍ସାହିତ କରିବା କିମ୍ବା ସେଥିରେ ନିଜେ ସମ୍ପୃକ୍ତ ହେବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ।
ଅମର କହିଛନ୍ତି ଯେ, "ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ ହେବ । ନିର୍ବାଚନ କମିଶନ ଏବଂ ଜିଲ୍ଳା ପ୍ରଶାସନ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟାନୁଷ୍ଠାନ ତତ୍ପରତାର ସହ ହୋଇଛି । ଏଭଳି ଘଟଣାରେ ଏତେ ଶୀଘ୍ର କେବେ କେହି ଧରା ପଡ଼ନ୍ତି ନାହିଁ । ଏହି କାର୍ଯ୍ୟାନୁଷ୍ଠାନ ଉଦାହରଣ ସୃଷ୍ଟି କରିବ ।"