ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ମୁଖାପାତ୍ର ପ୍ରତାପ ଦେବ। ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନାହିଁ। ଯାହା ତଦନ୍ତରେ ଆସିଲା । ସେହି ହିସାବରେ ପଦକ୍ଷେପ ନିଆଯାଇଛି । ବାପା ହୋଇ ଭାବି ଜ୍ବାଇଁର ଦୋଷ ଘୋଡାଉଛନ୍ତି ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀ ବିନା ପ୍ରମାଣରେ ପଦକ୍ଷେପ ନେବେ ନାହିଁ ।
ପ୍ରଦୀପଙ୍କ ବିରୋଧରେ ହୋଇନି ଷଡଯନ୍ତ୍ର: ପ୍ରତାପ ଦେବ
ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ମୁଖାପାତ୍ର ପ୍ରତାପ ଦେବ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହୋଇନି । ଅଧିକ ପଢନ୍ତୁ...
ପ୍ରଦୀପଙ୍କ ବିରୋଧରେ ହୋଇନି ଷଡଯନ୍ତ୍ର :ପ୍ରତାପ ଦେବ
ଓଡିଶା ଜନସାଧାରଣ ମୂର୍ଖ ନୁଁହନ୍ତି । ଏଥିରେ କୌଣସି ଷଡଯନ୍ତ୍ର ହୋଇଛି ବୋଲି ମତେ ଲାଗୁନି । କୋଭିଡ ସମୟରେ ଫ୍ଲାଇଟ ବନ୍ଦ ଥିଲା । ସମସ୍ତଙ୍କ ପାଇଁ ନିୟମ ଥିଲା ଗସ୍ତ ନ କରିବାକୁ । ଏହି ସମୟରେ ଲୋକଙ୍କ ପଇସାରେ ଚାଟାର୍ଡ ଫ୍ଲାଇଟରେ ବୁଲିବା କଣ ଜନ ବିରୋଧୀ ନୁହେଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ