ଭୁବନେଶ୍ବର:ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରଚାର । ଏବେ ବୁଥ ମୁହାଁ ପୁଲିଙ୍ଗ ପାର୍ଟି । ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ସାଇଲେଣ୍ଟ ଆହ୍ଵାର ।
ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପ୍ରଚାର ମୈଦାନ ଛାଡିଛନ୍ତି ନେତା ଓ ଅଣ-ଭୋଟର ।ଆସନ୍ତା ୧୬ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରକ୍ରିୟାରେ ରାଜ୍ୟର 30 ଜିଲ୍ଲାର ୭୧ଟି ବ୍ଲକର ୨ଶହ ଜିଲ୍ଲା ପରିଷଦ, ୧ ହଜାର ୬ଶହ ୬୯ଟି ସରପଞ୍ଚ, ୧ ହଜାର ୬ଶହ ୬୯ଟି ସମିତି ସଭ୍ୟ ଓ ୨୨ ହଜାର ୩ଶହ ୭୯ଟି ୱାର୍ଡ ମେମ୍ବର ଆସନ ପାଇଁ ମତ ସାବ୍ୟସ୍ତ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର ।