ଓଡିଶା

odisha

By

Published : Oct 9, 2019, 10:48 PM IST

ETV Bharat / city

ଜୋର ଧରିଲା ବୟାନବାଜି, ବିଜେଡ଼ି କହିଲା ମିଥ୍ୟା ଅଭିଯୋଗ କରୁଛି ବିଜେପି

ବିଜେପିର ଅଭିଯୋଗ ପରେ ସାମ୍ନାକୁ ଆସିଛି ଶାସକ ବିଜେଡ଼ି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରୁଥିବା ଅଭିଯୋଗ ମୁହଁ ଖୋଲିଛି ଶାସକ ଦଳ । ରାଜନୀତି ପାଇଁ କୌଣସି ମୁଦ୍ଦା ନଥିବାରୁ ମିଥ୍ୟା ଅଭିଯୋଗ ଆଣି ଶୁଖିଲା ରାଜନୀତି ବିଜେପି କରୁଥିବା କହିଛି ବିଜେଡ଼ି ।

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ବିଜେପି ଅଭିଯୋଗ ଉପରେ ମୁହଁ ଖୋଲିଲା ବିଜେଡ଼ି । ଦଳର ମୁଖପାତ୍ର ଲଗାଇଲେ ଆରୋପ । ବିରୋଧି ବିଜେପି ମିଥ୍ୟା ଅଭିଯୋଗ ଆଣୁଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର ଅନୁଭବ ପଟ୍ଟନାୟକ । ରାଜ୍ୟ ସରକାର ନିୟମ ଏବଂ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରୁଛନ୍ତି । ବିଜେପି ଯାହା ଅଭିଯୋଗ ଆଣୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ଅନୁଭବ ।

ଜୋର ଧରିଲା ରାଜନୈତିକ ବୟାନବାଜି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ 60-40 ଭାଗରେ ଚାଲୁଛି । ରାଜ୍ୟ ସରକାର ଏହାକୁ ପରିଚାଳନା କରୁଛନ୍ତି । ଯାହା ପାଇଁ ରାଜ୍ୟ ଉପରେ ଅଧିକ ଖର୍ଚ୍ଚ ପଡୁଛି । ଅନ୍ୟପଟେ କୌଣସି ଜାଗାରେ ମଧ୍ୟ ପିସି ନିଆଯାଉ ନାହିଁ ବୋଲି କହିଛନ୍ତି ମୁଖପାତ୍ର ।

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଚଞ୍ଚକତା କରୁଥିବା ଅଭିଯୋଗ କରିଥିଲା ବିଜେପି । ଏହା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘର ଗୁଡିକୁ ମୋ ଆବାସ ନାମରେ ବାଣ୍ଟୁଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ବ୍ଳକ ପାଇଁ 4ଲକ୍ଷ ଘର ଆସିଥିବାବେଳେ ସେ ସବୁକୁ ରାଜ୍ୟ ସରକାର ଚଞ୍ଚକତା କରିଥିବା ନେଇ ଅଭିଯୋଗ କରିଥିଲା ବିଜେପି ।

ଏହି ପରି ରାଜ୍ୟ ସରକାରଙ୍କ ବିରୋଧରେ ଚାରୋଟି ଅଭିଯୋଗକୁ ନେଇ ଆସନ୍ତା କାଲି ରାଜଭବନ ଆଗରେ ଧାରଣା ଦେବ ରାଜ୍ୟ ବିଜେପି । ଏପଟେ ବିଜେପିର ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି ବିଜେଡ଼ି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details