ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ୪ ମାସର ଦରମା ସହ ୨କୋଟି ଦାନ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କୋରୋନା ମୁକାବିଲା ନେଇ ସାଂସଦ ଓ ବିଧାୟକ ମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଉଛନ୍ତି । ଏହି କ୍ରମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୪ ମାସର ଦରମା ଓ ସାଂସଦ ପାଣ୍ଠିରୁ ୨ କୋଟି ଟଙ୍କା ସରକାରଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।
କୋରୋନା ମୁକାବିଲା: ୪ ମାସର ଦରମା ସହ ୨ କୋଟି ଦାନ କଲେ ସସ୍ମିତ ପାତ୍ର
କୋରୋନା ମୁକାବିଲା ପାଇଁ ୪ ମାସର ଦରମା ସହ ୨ କୋଟି ଦାନ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଏଥି ମଧ୍ୟରୁ ନିଜର ନୋଡାଲ ଜିଲ୍ଲା ମୟୁରଭଞ୍ଜକୁ ୧ କୋଟି ଟଙ୍କା ଦେଇଛନ୍ତି ସସ୍ମିତ । ଅଧିକ ପଢନ୍ତୁ...
କୋରୋନା ମୁକାବିଲା ପାଇଁ ୪ମାସର ଦରମା ସହ ୨କୋଟି ଦାନକଲେ ସସ୍ମିତ ପାତ୍ର
ସସ୍ମିତ ୩୦ ମାର୍ଚ୍ଚରେ ୧ ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଏଥିସହିତ ନିଜ ସାଂସଦ ପାଣ୍ଠିରୁ କୋଟିଏ ଟଙ୍କା କେନ୍ଦ୍ର ସରକାରଙ୍କ ପାଣ୍ଠିକୁ ଦେଇଛନ୍ତି ସସ୍ମିତ । ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ସସ୍ମିତ ପାତ୍ର ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଥିବା ବେଳେ ନିଜର ନୋଡାଲ ଜିଲ୍ଲା ମୟୁରଭଞ୍ଜ ଜିଲ୍ଲାକୁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି ।
ଭୁବନେଶ୍ବରର ତପନ କୁମାର ଦାସ, ଇଟିଭି ଭାରତ