ଭୁବନେଶ୍ବର: ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର 4 ସାଂସଦ ପ୍ରାର୍ଥୀ । ଏହା ସହ ସେମାନଙ୍କର ଅପରାଧିକ ମାମଲା ଦଳ ପକ୍ଷରୁ ସାର୍ବଜନୀନ କରାଯାଇଛି । ନିରଞ୍ଜନ ବିଶିଙ୍କ ନାଁରେ 17ଟି ଅପରାଧିକ ମାମଲା ଥିବା ଜଣାପଡିଛି । ଅନ୍ୟ 3 ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି ।
ରାଜ୍ୟସଭା ନିର୍ବାଚନ: ନିରଞ୍ଜନଙ୍କ ନାଁରେ 17 ଅପରାଧିକ ମାମଲା - ନିରଞ୍ଜନ ବିଶିଙ୍କ ଅପରାଧିକ ମାମଲା ଖବର
ନିର୍ବାଚନ ନେଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର 4 ସାଂସଦ ପ୍ରାର୍ଥୀ । ଏହା ସହ ସେମାନଙ୍କର ଅପରାଧିକ ମାମଲା ଦଳ ପକ୍ଷରୁ ସାର୍ବଜନୀନ କରାଯାଇଛି । ନିରଞ୍ଜନ ବିଶିଙ୍କ ନାଁରେ 17ଟି ଅପରାଧିକ ମାମଲା ଥିବା ଜଣାପଡିଛି ।
ବିଦ୍ୟୁତ ବିଭାଗ ଯନ୍ତ୍ରୀରୁ ରାଜନୀତିକୁ ଆସିଛନ୍ତି ନିରଞ୍ଜନ ବିଶି । ନବୀନଙ୍କ ସରପ୍ରାଇଜ କାର୍ଡ ହେଉଛନ୍ତି ନିରଞ୍ଜନ । ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପୂର୍ବରୁ ନିରଞ୍ଜନ ଆଦିବାସୀ ଜାତି ଓ ଜନଜାତି ଆନ୍ଦୋଳନର ନେତୃତ୍ବ ନେଉଥିଲେ । ବିଭିନ୍ନ ସମୟରେ ସେ ସରକାର ଓ ବିଭିନ୍ନ ବିଭାଗ ବିରୋଧରେ ଆନ୍ଦୋଳନ ଡାକରା ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଆନ୍ଦୋଳନ, ଘେରାଉ ଓ ବିକ୍ଷୋଭ ହୋଇଛି । ଫଳରେ ତାଙ୍କ ନାଁରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ମାମଲା ରୁଜୁ ହୋଇଛି ।
2011ରୁ 2019 ମସିହା ମଧ୍ୟରେ ତାଙ୍କ ନାଁରେ 17ଟି ଅପରାଧିକ ମାମଲା ହୋଇଛି । ବଲାଙ୍ଗୀର ଏସଡିଜେଏମରେ 6ଟି, ଜେଏମଏଫସି ସଇନ୍ତଳାରେ 3ଟି, ପାଟଣାଗଡ଼ ଏସଡିଜେଏମରେ 2ଟି, ଟିଟିଲାଗଡ଼ ଏସଡିଜେଏମରେ 4ଟି, ଜେଏମଏଫସି ଟିଟିଲାଗଡ଼ରେ ଗୋଟେ, ଜେଏମଏଫସି ବଙ୍ଗୋମୁଣ୍ଡାରେ ଗୋଟେ ଅପରାଧିକ ମାମଲା ରହିଛି । ଏହାରି ମଧ୍ୟରୁ ଏକ ମାମଲାରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।
ଏହା ବି ପଢନ୍ତୁ...BJDର 3 କୋଟିପତି ରାଜ୍ୟସଭା ପ୍ରାର୍ଥୀ, ମାନସ ମଙ୍ଗରାଜ ସବୁଠୁ ଧନୀ
ତେବେ ଚଳିତ ଥର ନାମାଙ୍କନ ଭରିଥିବା ଅନ୍ୟ 3 ଦଳୀୟ ପ୍ରାର୍ଥୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ସୁଲତା ଦେଓ, ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜଙ୍କ ବିରୋଧ ମାମଲା ନାହିଁ । ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡ଼ିଛି ।