ଓଡିଶା

odisha

ETV Bharat / city

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ରାଜ୍ୟ ଗୁଇନ୍ଦା ବିଭାଗର ନକଲି ଚିଠି ପ୍ରସଙ୍ଗରେ ବିଜେଡି ଦୁଇଥର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଦର୍ଶାଇ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଦଳ ।

By

Published : Mar 21, 2019, 2:54 PM IST

Updated : Mar 21, 2019, 5:21 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ରାଜ୍ୟ ଗୁଇନ୍ଦା ବିଭାଗର ନକଲି ଚିଠି ପ୍ରସଙ୍ଗରେ ବିଜେଡି ଦୁଇଥର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ କେଉଁଠି ନା କେଉଁଠି ରାଜ୍ୟ ନିର୍ବାଚନ ଅଧିକାରୀ ଚାପରେ ଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର

କେନ୍ଦ୍ରରେ ବିଜେପି ସରକାର ଥିବାରୁ ରାଜ୍ୟ ବିଜେପି ନେତାଙ୍କ ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ପୁଣି ଥରେ ଏହି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବ ବିଜେଡି । ସେହିଭଳି ବିଜେପି ପ୍ରଚାର ଗାଡିରେ କେନ୍ଦ୍ରୀୟ ଯୋଜନାର ବିଜ୍ଞାପନ ଲାଗୁଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ଯଦି ଆଜିର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନହୁଏ, ଦଳ ପକ୍ଷରୁ ପରବର୍ତ୍ତୀ ବିକଳ୍ପ ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ

Last Updated : Mar 21, 2019, 5:21 PM IST

ABOUT THE AUTHOR

...view details