ଭୁବନେଶ୍ବର:ଉଷୁନା ଚାଉଳ ନ କିଣିବା ପ୍ରସଙ୍ଗରେ ଗର୍ଜିଲା ବିଜେଡି । କେନ୍ଦ୍ର ସରକାର କେବଳ ପ୍ରତିଶ୍ରୁତି ଦେଇଛନ୍ତି ମାତ୍ରା ତାହା ଫଳଶୂନ୍ୟ । କେନ୍ଦ୍ରର ଏ ଅବହେଳାକୁ ବିରୋଧ କରି ଆଜି ବିଜେଡି ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛି । କେନ୍ଦ୍ର ସରକାର ଓଡିଶା ଚାଷୀଙ୍କ ସହ ଖେଳୁଛନ୍ତି । ୨୨ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ଉଷୁନା ଚାଉଳ ଉଠାଯାଉ ନଥିବାରୁ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି ।
ଖାଦ୍ୟ ସୁରକ୍ଷା ଯୋଜନାରେ କାହିଁକି ଓଡିଶାରୁ ଉଷୁନା ଚାଉଳ ଉଠାଯାଉ ନାହିଁ ତାକୁ ପ୍ରସଙ୍ଗ କରି ରାଜଧାନୀ ଏଫସିଆଇ ଆଗରେ ବିରୋଧ ପ୍ରଦର୍ଶନ କରିଛି ବିଜେଡି । କେନ୍ଦ୍ର ସରକାର ୨ ମେଟ୍ରିକ୍ ଟନ ଅରୁଆ ଓ ୫ ମେଟ୍ରିକ୍ ଟନ ଉଷୁନା ଚାଉଳ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ନକରି ଆମ ସହ ଖେଳୁଥିବା ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ଏବେ ୨୨ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ଅରୁଆ ଚାଉଳ ରହିଛି ।