ଭୁବନେଶ୍ବର: କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ସିଧାସଳଖ ଆଟାକ ପରେ ଜବାବ ରଖିଲା ଶାସକ ବିଜୁ ଜନତା ଦଳ । ବିଜେଡିର ଯୁବ ନେତା ଚିନ୍ମୟ ସାହୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସେ କଂଗ୍ରେସକୁ କାଉଣ୍ଟର କରିଛନ୍ତି।
ଗତକାଲି ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାଶଙ୍କ ମୁଖା ଖୋଲିଦେଲା ପରେ କଂଗ୍ରେସ ଏଭଳି ଅଭିଯୋଗ କରିଛି ବୋଲି ବିଜେଡି କହିଛି । ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ଟାର୍ଗେଟ କରିଛି । ଆଉ ଏହାକୁ ନେଇ ଆଜି ବିଜେଡି କଂଗ୍ରେସକୁ କାଉଣ୍ଟର କରିଛି । କଂଗ୍ରେସ ବିଜେଡି ବିରୋଧରେ ଭିତ୍ତିହୀନ ଓ ଅମୂଳକ ଅଭିଯୋଗ ଆଣିଛି ।
କଂଗ୍ରେସକୁ ବିଜେଡିର କାଉଣ୍ଟର ଆଟାକ ଭକ୍ତ ଦାସଙ୍କ ବିରୋଧରେ ବିଜେଡି ଆଣିଥିବା ଅଭିଯୋଗକୁ ନେଇ କଂଗ୍ରେସ ବିତୃଷ୍ଣା ଭାବ ପ୍ରକାଶ କରିଛି । ଓଡିଶା କଂଗ୍ରେସ ଆଜି ପୁଣି ଭିତ୍ତିହୀନ ଅଭିଯୋଗ ଆଣିଛି ଯାହାର କୌଣସି ଆଧାର ନାହିଁ । ଯଦି କଂଗ୍ରେସ ପାଖରେ କୌଣସି ତଥ୍ୟ ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଆନ୍ତୁ । କୋର୍ଟ ଦ୍ବାର ତାଙ୍କ ପାଇଁ ଖୋଲା ଅଛି । ଯଦି ସେମାନେ କୋର୍ଟ ଯାଉନାହାଁନ୍ତି ତେବେ କେବଳ ମିଛ ରାଜନୀତି ଛଡା ଅନ୍ୟ କିଛି କରୁନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ଗତକାଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ମହାଲିଙ୍ଗ କଲେଜ ସହିତ ସମ୍ପର୍କକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଜୋରଦାର ଟାର୍ଗେଟ କରିଥିଲେ । ମହାଲିଙ୍ଗ କଲେଜରେ ତାଙ୍କ ପୁଅ କ୍ରାନ୍ତିଙ୍କୁ ନାମକୁ ନେଇ ଖୋଲିଥିଲେ ସସ୍ମିତ ପାତ୍ର । ତେବେ ଆଜି କଂଗ୍ରେସ ସସ୍ମିତ ପାତ୍ରଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି ଏବଂ ତାଙ୍କ ପରଲୋକ ଗତ ପିତାଙ୍କ ବିରୋଧରେ କହିଛନ୍ତି ବୋଲି ବିଜେଡି କହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ