ଭୁବନେଶ୍ବର:ପୀଡ଼ିତା ମହିଳାଙ୍କୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ମହିଳା ହିଂସା ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରଚାର ସର୍ବସ୍ୱ ରାଜନୀତି ନକରନ୍ତୁ ବିରୋଧୀ । ଶସ୍ତା ରାଜନୀତି ଯୋଗୁଁ ରାଷ୍ଟ୍ରୀୟସ୍ତରରେ ଓଡ଼ିଶା ବଦନାମ ହେଉଛି । ରାଜ୍ୟ ସରକାର ଓ ବିଜେଡିର ଛବି ଖରାପ କରିବା ଲାଗି ଅପଚେଷ୍ଟା ନକରନ୍ତୁ ବିରୋଧୀ । ମହିଳା ବିରୋଧୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ବରଦାସ୍ତ କରିନାହାନ୍ତି କି କରିବେ ନାହିଁ । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ମୁହଁତୋଡ ଜବାବ ରଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଯୁବ ବିଜେଡିର ମହାସଚିବ ଏଲିନା ଦାସ ।
ନିର୍ବାଚନ ଆସିଲେ ମହିଳା ବିରୋଧି ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧି: ବିଜେଡି - ମହିଳା ବିରୋଧୀ ହିଂସା ଖବର
ବିଜେଡିର ଛବି ଖରାପ କରିବା ଲାଗି ଅପଚେଷ୍ଟା ନକରନ୍ତୁ ବିରୋଧୀ । ମହିଳା ବିରୋଧୀ ହିଂସାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଦାସ୍ତ କରିନାହାନ୍ତି କି କରିବେ ନାହିଁ । ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ମୁହଁତୋଡ ଜବାବ ରଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଓ ଯୁବ ବିଜେଡିର ମହାସଚିବ ଏଲିନା ଦାସ । ଅଧିକ ପଢନ୍ତୁ...
ନିର୍ବାଚନ ଆସିଲେ ମହିଳା ବିରୋଧୀ ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧୀ
ନିର୍ବାଚନ ଆସିଲେ ବିଜେପିକୁ ପୀଡ଼ିତାଙ୍କ କଥା ମନେପଡ଼େ । ପୀଡ଼ିତାଙ୍କ ପରିବାର ପ୍ରତି ଦୟା କି ସହାନୁଭୂତି ନଥିଲା । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ନେତା ବିବାଦୀୟ ମନ୍ତବ୍ୟ ଦିଅନ୍ତି । ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ବିଜେପି ରାଜନୀତି କରିଥିଲା ବୋଲି କହିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ବିଜେପିକୁ କାଉଣ୍ଟର କରିବା ସହ ଟିକିରି ଇତିଶ୍ରୀ ଓ କୁନ୍ଦୁଲି ପ୍ରସଙ୍ଗକୁ ନେଇ ଭିଡିଓ ଜାରି କରିଛି ବିଜେଡି ।
ନିର୍ବାଚନ ଆସିଲେ ମହିଳା ବିରୋଧି ହିଂସାକୁ ନେଇ ଶସ୍ତା ରାଜନୀତି କରନ୍ତି ବିରୋଧି
Last Updated : Nov 6, 2021, 6:13 PM IST