ଓଡିଶା

odisha

ETV Bharat / city

‘ମିଡିଆରେ ମୁହଁ ଦେଖାଇବାକୁ ପ୍ରତିଯୋଗିତା କରୁଛି ବିଜେପି ମହିଳା ମୋର୍ଚ୍ଚା’ - bjp politcs

ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ବିରୋଧ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଏହି ଘଟଣାର ରାଜନୀତିକରଣ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୈତିକ ରୂପ ଦେବା ଲଜ୍ଜାଜନକ ବୋଲି କହିଛି ବିଜେଡି। ଅଧିକ ପଢନ୍ତୁ...

BJD Pressmeet  bjp politcs on Mamita meher murder mystry
ଆଗରୁ ଶସ୍ତା, ଏବେ ହୀନ ରାଜନୀତି କରୁଛି ବିଜେପି

By

Published : Oct 23, 2021, 5:34 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ନେଇ ବିଜେପିର ବିରୋଧ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଯୁବ ବିଜେଡି ମହାସଚିବ ତଥା ମୁଖପାତ୍ର ଏଲିନା ଦାସ ଓ ଛାତ୍ର ବିଜେଡି ମହାସଚିବ ତଥା ପ୍ରବକ୍ତା ଇପସିତା ସାହୁ ।

ଆଗରୁ ଶସ୍ତା, ଏବେ ହୀନ ରାଜନୀତି କରୁଛି ବିଜେପି

ମମିତା ମେହେର ହତ୍ୟା ଘଟଣାର ରାଜନୀତିକରଣ ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ଏଭଳି ଏକ ସ୍ପର୍ଶକାତର ଘଟଣାକୁ ରାଜନୈତିକ ରୂପ ଦେବା ଲଜ୍ଜାଜନକ । ବିଜେପିର ଭାଷା ନିନ୍ଦନୀୟ । ଆଗରୁ ଶସ୍ତା ରାଜନୀତି କରୁଥିଲେ, ଏବେ ହୀନ ରାଜନୀତି କରୁଛନ୍ତି । ଥରେ ମାମଲା ରୁଜୁ ହେଲେ, ତଦନ୍ତ ଚାଲେ । ଜାଣିଶୁଣି ବିଜେପି ପୁଣି ଥରେ ମାମଲା ରୁଜୁ କରୁଛି । କାହା ମୁହଁ ମିଡିଆରେ କିଏ କେତେ ସମୟ ଦେଖାଯିବ, ଏ ନେଇ ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସେଥିପାଇଁ ଗତକାଲି ସେମାନେ କ୍ୟାପିଟାଲ ଥାନାରେ ଠେଲାପେଲା ହେଉଥିଲେ । ସେମାନେ ମାଇଲେଜ ନେବାକୁ ଏଭଳି କରୁଥିବା କହିଛନ୍ତି ଛାତ୍ର ବିଜେଡି ମହାସଚିବ ଇପସିତା ସାହୁ ।

ସେହି ଶିକ୍ଷାନୁଷ୍ଠାନକୁ ବଦନାମ କରି ଶିଶୁଙ୍କ ଭବିଷ୍ୟତ ଅନ୍ଧାର କରିବାକୁ ଚାହୁଁଛନ୍ତି । ଯେଉଁ ରାଜ୍ୟ ବିଜେପି ଶାସନରେ ଅଛି, ସେଠି ମହିଳା ବିରୋଧୀ ହିଂସା ବଢୁଛି । ବିଜେପି ନେତା ହିଁ ସେହି ଅପରାଧରେ ସମ୍ପୃକ୍ତ । ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା । ପ୍ରଶାସନ ଉପରେ ଭରସା ରଖ । ସେ ସବୁ ରାଜ୍ୟରେ ପୋଲିସ ପାଖରେ ପ୍ରମାଣ ଅଛି । ଏଠି ତ ଅଭିଯୁକ୍ତ ଗିରଫ ହୋଇଛି । ହେଲେ ଗତକାଲି ଯେଉଁ ବ୍ୟବହାର କଲେ ଥାନାରେ, ଠେଲାପେଲା କଲେ । ପ୍ରମାଣ ନେଇ ପୀଡିତାଙ୍କ ପରିବାର ପାଖକୁ ଯାଆନ୍ତୁ । ବୋଧେ ମହିଳା ବିଜେପିର ଶିକ୍ଷାଗତ ଯୋଗ୍ୟତା ନାହିଁ । କାରଣ ସେମାନେ ଦ୍ଵିତୀୟ ଥର FIR ନ ହେବା କଥା ଜାଣି ନାହାନ୍ତି । ଚେତି ଯାଅ ବିଜେପି, ନ ହେଲେ ରାଜ୍ୟବାସୀ ଜବାବ ଦେବେ । ସ୍କୁଲ ଓ ଛାତ୍ରକୁ ବଦନାମ କଲେ ଅଭିଭାବକ ଜବାବ ଦେବେ । ଆମ ହୃଦୟ ବି କାନ୍ଦୁଛି। ପୀଡିତା ନ୍ୟାୟ ପାଉ ଆମେ ତାହା ଚାହୁଁଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହାର ପ୍ରମାଣ ନାହିଁ । ଖାଲି ଟ୍ବିଟ କରିଦେଲେ ଅଭିଯୋଗ ସତ ହୋଇଯିବନି । ହେଲେ ବିଜେପି ତଥ୍ୟ ପ୍ରମାଣ ଦେଇପାରୁନି । ଅଭିଯୁକ୍ତ ଧରା ପଡିଛି । ପୀଡ଼ିତାକୁ ନ୍ୟାୟ ମିଳୁ । ଅଭିଯୁକ୍ତ ଦଣ୍ଡ ପାଇବା ଆମର ମୂଳ ଲକ୍ଷ୍ୟ ବୋଲି କହିଛି ବିଜେଡି । ବିଜେପି ବିକ୍ଷୋଭ ପ୍ରଦର୍ଶନ କରି ସେ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଭବିଷ୍ୟତ ଖରାପ କରୁଛି ବୋଲି ଯୁବ ବିଜେଡି ମହାସଚିବ ଏଲିନା ଦାସ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details