ଭୁବନେଶ୍ବର:ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିଜେଡିର ପ୍ରେସମିଟ । ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି, ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଦୁଃଖର ବିଷୟ ଯେଉଁମାନେ ଆରୋପ ଲଗାଉଛନ୍ତି ସେମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । କିନ୍ତୁ ସେଠାରେ ଯେଉଁ ହିଂସା ହୋଉଛି ତାହା ସମସ୍ତଙ୍କୁ ଜଣା ।
ଏଭଳି ଅଭିଯୋଗ ଆଣିବା ପାଇଁ ବିଜେପିର କୌଣସି ନୈତିକ ଅଧିକାର ନାହିଁ ବୋଲି ସେ କହିଛନ୍ତି । NCRB ରିପୋର୍ଟ ଅନୁସାରେ ଗତବର୍ଷ ଓଡିଶାରେ ଗୋଟିଏ ବି ରାଜନୈତିକ ହିଂସା ଓ ହତ୍ୟାକାଣ୍ଡ ଘଟିନାହିଁ । କିନ୍ତୁ ବିଜେପି ଶାସିତ ରାଜ୍ୟରେ ଏହା ଦେଖିବାକୁ ମିଳିଛି ।