ଓଡିଶା

odisha

ETV Bharat / city

ସମାଲୋଚନା ନୁହେଁ, ସହଯୋଗ କର: ବିଜେଡି - ଓଡିଶା ରାଜନୀତି ଖବର

କୋଭିଡ ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା ପ୍ରସଙ୍ଗ । ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଲା ବିଜେଡି । ବିଜେପିକୁ କାଉଣ୍ଟର ଆଟାକ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଅଧିକ ପଢନ୍ତୁ...

bjd press meet in bhubaneswar
ସମାଲୋଚନା ନୁହେଁ, ସହଯୋଗ କର: ବିଜେଡି

By

Published : Apr 21, 2021, 6:56 PM IST

ଭୁବନେଶ୍ବର: ସମଗ୍ର ପୃଥିବୀ ଅଜଣା ରୋଗ ସହ ଲଢୁଛି । ମିଳିମିଶି କୋରୋନାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । କିନ୍ତୁ ରାଜ୍ୟ ବିଜେପିର ସଦସ୍ୟ ମାନେ ତାହା ଚାହୁଁନାହାନ୍ତି । ନିଜର ରାଜନୈତିକ ଅସ୍ତିତ୍ଵ ବଜାୟ ରଖିବା ପାଇଁ ରାଜ୍ୟ ବିଜେପି ନେତା ଓଡିଶା ସରକାରଙ୍କ କୋଭିଡ ପରିଚାଳନାକୁ ସମାଲୋଚନା କରୁଛନ୍ତି । କୋରୋନା ସମୟରେ ସମାଲୋଚନା ନକରି ବଡ ହୃଦୟର ସହ ସହଯୋଗର ହାତ ବଢାଇବା ପାଇଁ ଆହ୍ବାନ ଦେଲା ବିଜେଡି । ଭୟାବହ ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ବିଶ୍ଵ ମହାମାରୀ କୋରୋନାର ମୁକାବିଲା ପାଇଁ ଦେଶ ଓ ରାଜ୍ୟର ଦୁଇ ସର୍ବୋଚ୍ଚ ନେତା ଏକମତ ଥିବାବେଳେ ରାଜ୍ୟ ବିଜେପି ନେତାମାନେ କିନ୍ତୁ ଏହାକୁ ନେଇ ରାଜନୀତି କରିବା ଆରମ୍ଭ କରିଛନ୍ତି ।

ସମାଲୋଚନା ନୁହେଁ, ସହଯୋଗ କର: ବିଜେଡି

କିନ୍ତୁ ଓଡିଶା ବିଜେପି ନେତାମାନେ ଏହା ଚାହୁଁ ନାହାନ୍ତି । ଏଭଳି ମହାମାରୀ ସମୟରେ ସରକାରଙ୍କୁ ପରାମର୍ଶ ଦେବା ସହିତ କୋରୋନା ଲଢେଇରେ ସାମିଲ ହେବା ପରିବର୍ତ୍ତେ ବିଜେପି ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ବିଜେପି ନେତାମାନେ ସରକାରଙ୍କୁ ସମାଲୋଚନା ବଦଳରେ ଯଦି ଯୁକ୍ତି ସଙ୍ଗତ ପରାମର୍ଶ ଓ ସମର୍ଥନର ହାତ ବଢେଇଥାନ୍ତେ ତେବେ ଓଡିଶାବାସୀ ଖୁସି ହୋଇଥାନ୍ତେ । ହେଲେ ତାହା ନକରି ନିଜର ରାଜନୈତିକ ଅସ୍ତିତ୍ବ ଓ ଗଣମାଧମରେ ନିଜର ପ୍ରାସଙ୍ଗିକତା ରକ୍ଷା କରିବା ପାଇଁ କରୋନାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି । ଓଡିଶାବାସୀ ରାଜ୍ୟ ବିଜେପି ନେତାମାନଙ୍କ ମନୋଭାବ ସଂକ୍ରାନ୍ତରେ ଭଲଭାବେ ଅବଗତ । ସେମାନଙ୍କର ଏଭଳି ହୀନ ରାଜନୈତିକ ମନ୍ତବ୍ୟକୁ ରାଜ୍ୟବାସୀ ଆଦୌ ଗ୍ରହଣ କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details