ଭୁବନେଶ୍ବର:ନିମାପଡାରେ ବିଜେଡିର ପାଓ୍ବାର ଶୋ । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ସମୀର ଦାଶଙ୍କ ଛବିକୁ ପରିସ୍କାର କରିବା ପାଇଁ ବିଜେଡିର ନୂଆ ରଣନୀତି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏକାଠି କରି ମହିଳା ସମାବେଶ କରିଛି ବିଜେଡି । କିନ୍ତୁ ବିରୋଧି ବିଜେପି ଏହାକୁ ସହଜରେ ଗ୍ରହଣ କରିପାରିନାହିଁ ।
ବିଜେପି ନେତ୍ରୀ ପ୍ରଭାତି ପରିଡା କହିଛନ୍ତି, ''ପାପିକୁ ଘଂଟ ଘୋଡାଇବା ପାଇଁ ନିମାପଡାରେ ବିଜେଡି ପାଓ୍ବାର ଶୋ କରୁଛି । ଏହାକୁ ପ୍ରତିବାଦ କରିବାର ଯଥାର୍ଥତା ରହିଛି । ଅଡିଓ ଟେପ ଭାଇରାଲ ହେବା ପରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ବିରୋଧି ଦଳ ହିସାବରେ ପ୍ରତିବାଦ କରୁଛି ବୋଲି କହିଛନ୍ତି ପ୍ରଭାତି । କିନ୍ତୁ ବିଜେଡିର ଏହି ପାଓ୍ବାର ଶୋ କଣ ପାଇଁ ବୋଲି ପ୍ରଶ୍ନ କରିଛି ବିଜେପି । ଏହି ପାଓ୍ବାର ଶୋ କେବଳ ପାଓ୍ବାରକୁ ଘଂଟ ଘୋଡାଇବା ପାଇଁ । ଯେହେତୁ ମନ୍ତ୍ରୀଙ୍କ ନାଁ ଅଛି ଏବଂ ସେକ୍ସ ସ୍କାଣ୍ଡାଲ କଥା ଉଠୁଛି ସେଥିପାଇଁ ଏହି ସୋ । ଏସବୁକୁ ଘଂଟ ଘୋଡାଇବା ପାଇଁ ସ୍ବୟଂ ସହାୟିକା ଗୋଷ୍ଠୀକୁ ମାଧ୍ୟମ କରାଯାଇଛି । ଯେଉଁ ପଣତକାନିରେ ମନ୍ତ୍ରୀ ସମୀର ଦାସ ଲୁଚିବାକୁ ଚେଷ୍ଟା କରୁଛନ୍ତି , ଶହ ଶହ ମହିଳାଙ୍କ ଚୁନୁରୀ ଖୋଲିବାର ଚିତ୍ର ଯେବେ ଆସିବ ସେତେବେଳେ ସବୁକଥା ସାମନାକୁ ଆସିଯିବ ବୋଲି କହିଛନ୍ତି ପ୍ରଭାତି ।''
ଏହା ମଧ୍ୟ ପଢନ୍ତୁ-Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ