ଭୁବନେଶ୍ବର: ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦର ବଜେଟ ଅଧିବେଶନ ପାଇଁ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
ନବୀନ ନିବାସରେ ସମସ୍ତ ସାଂସଦଙ୍କୁ ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏଥର ଏନପିଆର, ଜିଏସଟି ବାବଦ ବକେୟା ଅର୍ଥ, ରେଳ ପ୍ରକଳ୍ପ ତ୍ବରାନ୍ବିତକୁ ଅଧିକ ବଜେଟ , ମହାନଦୀ, ପୋଲାଭରାମ, କୋଇଲା ରୟାଲିଟି, କ୍ଲିନ ଏନର୍ଜୀ ସେସ୍ ଭଳି ପ୍ରସଙ୍ଗ ଉଠିବ ।