ଭୁବନେଶ୍ବର:ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପ୍ରତିକ୍ରିୟା ରଖିଲେ ବିଧାୟକ ତଥା ପିପିଲି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।
ଚଳିତ 17 ତାରିଖ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି କାର୍ଯ୍ୟ କରୁଥିଲା । କିନ୍ତୁ ଦୁର୍ଭାଗ୍ୟର କଥା କଂଗ୍ରେସ ପ୍ରାର୍ଥୀଙ୍କର ଅକାଳ ବିୟୋଗରେ ନିର୍ବାଚନ ଏକମାସ ଘୁଞ୍ଚିଯାଇଛି । ହେଲେ ଦଳ ସମ୍ପୂର୍ଣ୍ଣ ପୂର୍ବ ପ୍ରସ୍ତୁତିରେ ରହିଛି । ପିପିଲିବାସୀ ମଧ୍ୟ ବିଜେଡିକୁ ଭୋଟ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି । ତେଣୁ ଯେଉଁ ସମୟରେ ଭୋଟ ହେଲେ ମଧ୍ୟ ଲୋକ ବଜେଡିକୁ ଭୋଟ ଦେବେ । କୋଭିଡ କଟକଣା ମଧ୍ୟରେ ଦଳ ନିର୍ବାଚନ ପ୍ରଚାର କରିବ। ନିର୍ବାଚନ କମିଶନ ଯେଉଁ ନିୟମ କରିବେ ସେ ନିୟମ ଅନୁସାରେ ଦଳ ନିର୍ବାଚନ ପ୍ରଚାର କରିବ ।