ଓଡିଶା

odisha

ETV Bharat / city

ବିରୋଧୀ ଦଳ ବୈଠକରେ ଯୋଗ ଦେବନି BJD ! - ବିଜୁ ଜନତା ଦଳ

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ଲାଟଫର୍ମ ଖୋଜୁଛନ୍ତି ଏନସିପି ମୁଖିଆ ଶରଦ ପାୱାର । 12ରୁ ଊର୍ଦ୍ଧ୍ବ ରାଜନୈତିକ ଦଳର ନେତା ବୈଠକରେ ହେବେ ସାମିଲ । ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସାମିଲ ହେବ ନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ବିରୋଧୀ ଦଳର ବୈଠକରେ ଯୋଗ ଦେବନି BJD !
ବିରୋଧୀ ଦଳର ବୈଠକରେ ଯୋଗ ଦେବନି BJD !

By

Published : Jun 21, 2021, 8:17 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଢୁଥିବା ଲୋକପ୍ରିୟତା ଆଗରେ କ୍ରମାଗତ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ । ସୁଦୃଢ ଗଣତନ୍ତ୍ର ପାଇଁ ଆବଶ୍ୟକ ରହିଛି ମଜବୁତ ଗଣତନ୍ତ୍ର । ଏଥିପାଇଁ ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ଲାଟଫର୍ମ ଖୋଜୁଛନ୍ତି ଏନସିପି ମୁଖିଆ ଶରଦ ପାୱାର ।

ମଙ୍ଗଳବାର ଦିଲ୍ଲୀରେ ଅଣ କଂଗ୍ରେସ ବିରୋଧୀ ନେତାଙ୍କ ସହ ବୈଠକ କରିବେ ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର । ମଙ୍ଗଳବାର ହେବାକୁଥିବା ବୈଠକରେ 12ରୁ ଊର୍ଦ୍ଧ୍ବ ରାଜନୈତିକ ଦଳର ନେତା ସାମିଲ ହେବେ । ହେଲେ ଏଥିରେ ଓଡିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସାମିଲ ହେବ ନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏହାପୂର୍ବରୁ ମଧ୍ୟ ଅନେକ ଥର ଗୋଟିଏ ମଞ୍ଚରେ ହାତ ମିଳାଇ ଏକଜୁଟ ହେବା ସହ ଶକ୍ତି ପ୍ରଦର୍ଶନର ସଙ୍କେତ ଦେଇସାରିଛନ୍ତି ବିରୋଧୀ ଦଳ ନେତା । ହେଲେ ପର୍ଯ୍ୟାୟ କ୍ରମେ ଏହି ଶକ୍ତି ନିରାଧାର ସାବ୍ୟସ୍ତ ହୋଇସାରିଛି । ଆଉ ଏପଟେ ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ରକ୍ଷା କରୁଥିବା ବିଜେଡି ସର୍ବଦା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଆସିଛି । ଏଭଳି ସ୍ଥିତିରେ ନେତାଶୂନ୍ୟ ବିରୋଧୀ କିଭଳି ଏକଜୁଟ ରହିବେ ତାହା ବଡ ପ୍ରଶ୍ନବାଚୀ ।

ବୈଠକରେ ବର୍ତ୍ତମାନର ଆର୍ଥିକ ଓ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହୋଇପାରେ । ଭାରତୀୟ ଜନତା ପାର୍ଟିର ବଢୁଥିବା ଶକ୍ତିର ମୁକାବିଲା କରିବା ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ହେଲେ ନେତା ଶୂନ୍ୟ ବିରୋଧୀଙ୍କୁ ମେଣ୍ଟ ପାଇଁ ଆବଶ୍ୟକ ରହିଛି ଜଣେ ମାର୍ଗଦର୍ଶକ । ଅନ୍ୟପକ୍ଷେ ଜାତୀୟ ରାଜନୀତିରେ ଏନସିପି ମୁଖ୍ୟ ଶରଦ ପାୱାର ଏବେ ବିରୋଧୀଙ୍କୁ ଏକଜୁଟ କରିବାରେ ସାଜିଛନ୍ତି ବଡ ଚେହେରା ।

ABOUT THE AUTHOR

...view details